Below header

ଆଇନକୁ ହାତକୁ ନେଲେ ସେହି ହାତରେ ହାତକଡ଼ି ପକାଇବ ଆଇନ, କମିଶନରେଟ ପୋଲିସ ଜାରି କଲା SOP

ଝାରପଡା ଅଞ୍ଚଳରେ ଭାଇଗିରି ପାଇଁ ହେଉ ଅଥବା Embassy ପବ ସମ୍ମୁଖରେ ଗଣ୍ଡଗୋଳ । ସବୁଠି ସାମ୍ନାକୁ ଆସିଛି ଦଲାଲ ବାଉଁସରଙ୍କ କାରନମା । ତେଣୁ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ କମିଶନରେଟ ପୋଲିସ ଆଣିଛି SOP ।

ଭୁବନେଶ୍ବର(କେନ୍ୟୁଜ୍):  ସିଆର୍ପି ଛକରେ ଜମି ପଜେସନ ହେଉ କିମ୍ବା OPD ବାର ସମ୍ମୁଖ ଗଣ୍ଡଗୋଳ । ଝାରପଡା ଅଞ୍ଚଳରେ ଭାଇଗିରି ପାଇଁ ହେଉ ଅଥବା Embassy ପବ ସମ୍ମୁଖରେ ଗଣ୍ଡଗୋଳ । ସବୁଠି ସାମ୍ନାକୁ ଆସିଛି ଦଲାଲ ବାଉଁସରଙ୍କ କାରନମା । ତେଣୁ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ କମିଶନରେଟ ପୋଲିସ ଆଣିଛି SOP । ବାଉଁଶର ପ୍ରଥମତଃ PASARA ଅଧୀନରେ ରେଜିଷ୍ଟର ସିକ୍ୟୁରିଟି ସଂସ୍ଥାର ହୋଇଥିବା ଦରକାର। ଚାକିରୀ ପୂର୍ବରୁ ପୋଲିସ ଭେରୀଫିକେସନ ଆବଶ୍ୟକ । ଯଦି ପୂର୍ବରୁ କେହି କାମ କରୁଛନ୍ତି ତେବେ ସମ୍ପୃକ୍ତ ଡ୍ୟାନ୍ସ ବାର ମାଲିକ ନିକଟସ୍ଥ ଥାନାରେ ଏ ନେଇ ଲିଖିତନାମା ଦାଖଲ କରିବେ। ବାରମ୍ବାର ବାର ରେ ଗ୍ରାହକ ଓ ବାଉଁଶରଙ୍କ ଭିତରେ ହାତାହାତୀ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ ।

ଅଣ୍ଡର ସେକ୍ସନ ୫୮ , ଅର୍ବାନ ଆକ୍ଟ ୨୦୦୩ ମୁତାବକ ଯଦି କୌଣସି ବାର, ପବ ଏ ନିୟମର ଉଲ୍ଲଂଘନ କରେ ତେବେ ଧାରା ୧୪୪ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆଇନଶୃଙ୍ଖଳା ପରିସ୍ଥିତି ସେଠାରେ ସୃଷ୍ଟି ହୁଏ, ତେବେ ୧୧୨ କୁ କଲ କରି ସେମାନେ ପୋଲିସକୁ ଜଣାଇପାରିବେ । ବାରମ୍ବାର ଗଣ୍ଡଗୋଳ ଘଟଣା ନଜର ଆସିବା ପରେ ୩ ଟି ପବ କୁ ପୂର୍ବରୁ ସ୍କାନରକୁ ନେଇଛି ଅବକାରୀ ବିଭାଗ। ଏହା ପରେ ବି ଯଦି ନିୟମ ଉଲ୍ଲଂଘନ କରି କୌଣସି ଗ୍ରାହକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୁଏ, ତେବେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି । ଗତ ୧୦ ତାରିଖ ଦିନ ଏଭଳି ନିୟମ ଜାରି କରିଛି କମିଶନରେଟ ପୋଲିସ । ଅବକାରୀ ବିଭାଗକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.