Below header

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ବ୍ୟବସାୟୀ ଦୀପ୍ତି ଦାସ ଗିରଫ

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟର-ବ୍ୟବସାୟୀ-ଆଇଆଇସି । କେନ୍ଦ୍ରାପଡାରେ ଯୋଜନା । ଗୋଆରେ ମଉଜ । ଟିଟୋ ସହ ଜଗତସିଂହପୁର ବ୍ୟବସାୟୀ ଦୀପ୍ତି ଦାସ ଓ ନିଲମ୍ବିତ ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତିଙ୍କ ମଧ୍ୟରେ ରହିଛି ନିବିଡ ସମ୍ପର୍କ । ଏ କଥା ଆମେ କହୁନୁ, ଖୋଦ୍‌ ଟିଟୋର ଭାଇ, ସପୋ ଖୋଲିଛନ୍ତି ଏହି ଗୁମର । ୨୦୧୬ରେ ସପୋକୁ ପୋଲିସ ଗିରଫ କରିବା ପରେ ଏକଥା ସାମ୍ନାକୁ ଆସିଥିଲା ।

ଏସଟିଏଫ୍‌ର ସୂଚନା ଅନୁସାରେ, ୨୦୧୬ରେ କେନ୍ଦ୍ରାପଡା ଟାଉନ୍‌ ଥାନରେ ଆଇଆଇସି ଦାୟିତ୍ୱରେ ଥିଲେ ସଞ୍ଜୀବ ମହାନ୍ତି। ଖାକିର ଫାଇଦା ନେଇ ନିର୍ଭୟରେ ସବୁ ଅପରାଧ କରୁଥିଲେ, ଟିଟୋ ଓ ଦୀପ୍ତି । ସଞ୍ଜୀବକୁ ଖୁସି କରିବାକୁ ଗୋଆ ଯାଇ ମଉଜ କରୁଥିଲେ ଏହି ତିନିଜଣ । ଆଜି ଦୀପ୍ତିଙ୍କ ଜତଗସିଂହପୁର ଘର, ଗେଷ୍ଟହାଉସ୍‌, ଦୋକାନ, ଜିମ୍‌, ହୋଟେଲ ଓ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଫ୍ଳାଟ୍‌ରେ ଚଢ଼ାଉ କରିଛି ଏସଟିଏଫ୍‌ । ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ, ୧୨ରାଉଣ୍ଡ ଗୁଳି, ବିପୁଳ ପରିମାଣରେ ଟଙ୍କା, ଗୋଟିଏ ଅଡି କାର୍‌ ସହ ଗୋଟିଏ ମାରୁତି କାର୍‌ ଓ କିଛି କାଗଜପତ୍ର ଜବତ ହୋଇଛି । ଗିରଫ ହୋଇଛି ଦୀପ୍ତି।

ଗତ କିଛିଦିନ ତଳେ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ସଞ୍ଜୀବ ମହାନ୍ତି । ତାଙ୍କୁ ଏବେ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ଓଡିଶା ପୋଲିସ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆଉ ଏବେ ଟିଟୋ ସହ ସଞ୍ଜୀବଙ୍କ ସମ୍ପର୍କ ପଦାକୁ ଆସିବା ପରେ ଖୋଳତାଡ ଆରମ୍ଭ କରିଛି ଏସଟିଏଫ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.