ପାରାଦୀପରେ ଏବେ ଇଲିଶି କିଲୋ ୬ରୁ ୭ ଶହ ଟଙ୍କା, ମାଛ କିଣିବା ପାଇଁ ଅଠରବାଙ୍କି ବାଲି ପ୍ଲଟରେ ଗ୍ରାହକଙ୍କ ଭିଡ଼

ପାରାଦୀପ(କେନ୍ୟୁଜ୍): ପାରାଦୀପରେ ଏବେ ଇଲିଶି କିଲୋ ୬ଶହରୁ ୭ ଶହ ଟଙ୍କା । ଲଘୁଚାପ ବର୍ଷା ଓ ବନ୍ୟା ଜଳ ସମୁଦ୍ରରେ ପ୍ରବେଶ କରିବା ପରେ ଏବେ ଇଲିଶି ମାଛ ଧରାପଡୁଛନ୍ତି । ଫଳରେ ୨ଦିନ ଆଗରୁ ଇଲିଶି କିଲୋ ୧୬ ଶହ ଟଙ୍କା ଥିବା ବେଳେ ଏବେ ତାହା ଖସି ଆସିଛି । ଇଲିଶି ମାଛ କିଣିବା ପାଇଁ ପାରାଦୀପ ଅଠରବାଙ୍କିର ବାଲି ପ୍ଲଟରେ ଗ୍ରାହକଙ୍କ ଭିଡ଼ ଜମୁଛି । ଆଗକୁ ବର୍ଷା ହେଲେ ଅଧିକ ଇଲିଶିର ମାତ୍ରା ଅଧିକ ହେବ । ଭଲ ବ୍ୟବସାୟ ହେବ ବୋଲି କହିଛନ୍ତି ବ୍ୟବସାୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.