ଗଜପତି: ମୋହନାରେ ଚାଲିଛି ୫୦ରୁ ଅଧିକ ବେଆଇନ ଚାଇଲ୍ଡ ହୋମ୍, ଶିଶୁ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟପନ୍ଥା ଉପରେ ବଡ ପ୍ରଶ୍ନବାଚୀ

ଗଜପତି(କେନ୍ୟୁଜ୍): ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଅନେକ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏଗୁଡ଼ିକୁର ଆନୁସଙ୍ଗିକ ବ୍ୟବସ୍ଥା ଯାଞ୍ଚ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପ୍ରଶାସନକୁ ରହିିଛି ନିର୍ଦ୍ଦେଶ । କିନ୍ତୁ ଏସବୁକୁ ବେଖାତିର କରି ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଗଢି ଉଠିଛି ମାଳମାଳ ଚାଇଲ୍ଡ ହୋମ । ମୋହନା ଅଞ୍ଚଳରେ ୫୦ରୁ ଅଧିକ ଚାଇଲ୍ଡ ଲାଇନ ହୋମ ବେଆଇନ ଭାବେ ଗଢି ଉଠିଛି । ଏଗୁଡ଼ିକରେ ଶିଶୁଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ତଥା ଶୌଚାଳୟ, ସ୍ୱଚ୍ଛ ରୋଷେଇ ଘର, ଶୋଇବା ପାଇଁ ବେଡର ବ୍ୟବସ୍ଥା ନାହିଁ। କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ମାଲିକ ମାନେ ପ୍ରଶାସନକୁ ଫାଙ୍କି ଚିଲଡ୍ରେନ ହୋମ ଚଳାଇଛନ୍ତି। ତେବେ ଚାଇଲ୍ଡ ଲାଇନ କିମ୍ବା ଶିଶୁ ସୁରକ୍ଷା ବିଭାଗ ଯାଞ୍ଚ ନକରିବା ଶିଶୁ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Leave A Reply

Your email address will not be published.