ନବରଙ୍ଗପୁର: ପିଲାଙ୍କୁ ଖାଇବାକୁ ଦିଆଯାଉନଥିବା ନେଇ ବିଧାୟକଙ୍କ ଅଭିଯୋଗ ପରେ ନିଲମ୍ବିତ ହେଲେ ୩ ଶିକ୍ଷକ

ନବରଙ୍ଗପୁର(କେନ୍ୟୁଜ୍): ପିଲାଙ୍କୁ ଖାଇବାକୁ ଦିଆଯାଉନଥିବା ନେଇ ବିଧାୟକଙ୍କ ଅଭିଯୋଗ ପରେ ନିଲମ୍ବିତ ହେଲେ ୩ ଶିକ୍ଷକ। ନବରଙ୍ଗପୁର ଡାବୁଗାଁର ମାନିଗାଁ ସେବାଶ୍ରମର ତିନି ଜଣ ଶିକ୍ଷକଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ବିଧାୟକ ମନୋହର ରନ୍ଧାରୀ ଅଚାନକ ସେବାଶ୍ରମ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ୨୬୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୮ଜଣ ଉପସ୍ଥିତ ଥିଲେ। ତେବେ ସେମାନଙ୍କୁ କେବଳ ଭାତ ଓ ଡାଲି ବ୍ୟତୀତ ଅନ୍ୟ କିଛି ଖାଇବାକୁ ଦିଆଯାଇନଥିବା ବିଧାୟକଙ୍କୁ ଜଣାଇଥିଲେ। ପରେ ଜିଲ୍ଲା ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଧାୟକ ରନ୍ଧାରୀ। କିଛି କର୍ମଚାରୀଙ୍କ ପାଇଁ ଏଭଳି ସ୍ଥିତି ଉପୁଜିଥିବା ସେ କହିଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

 

Leave A Reply

Your email address will not be published.