Below header

ସୁବର୍ଣ୍ଣପୁର: ଗୋପପାଲିରେ ହୀରାଲାଲ ମାହନନ୍ଦଙ୍କ ଜମିରୁ ବାହାରୁଛି ହୀରା, ଜମିକୁ ସିଲ୍‌ କଲା ବୀରମହାରାଜପୁର ପୋଲିସ

ସୁବର୍ଣ୍ଣପୁର(କେନ୍ୟୁଜ୍) : ହୀରା ସନ୍ଧାନରେ ଚାଲିଛି ବେଆଇନ ଖନନ । ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ୍‌ ଗୋପପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ହୀରାଲାଲ ମାହନନ୍ଦଙ୍କ ଜମିରୁ ବାହାରୁଛି ହୀରା । ତେବେ ହୀରାଲାଲ ତାଙ୍କ ଜମିରେ ଇଟାଭାଟି କରୁଥିବା ବେଳେ ଏକ ମୂଲ୍ୟବାନ ରତ୍ନପଥର ପାଇଥିଲେ । ପରେ ଅଧିକ ଖୋଳାଖୋଳି ପରେ ଜମିରୁ ଅନେକ ରତ୍ନ ପଥର ମିଳିଥିଲା । ଏହି ଘଟଣା ପ୍ରଘଟ ପରେ ଆଖପାଖ ଅଞ୍ଚଳର ଲୋକେ ହୀରା ସନ୍ଧାନରେ ଏଠାକୁ ଆସି ଖୋଳାଖୋଳି କରିଥିଲେ । ଘଟଣା ସଂପର୍କରେ ଖବର ପାଇ ବୀରମହାରାଜପୁର ପୋଲିସ ଏବଂ ବଲାଙ୍ଗିର ମାଇନିଂ ଅଧିକାରୀ ପହଞ୍ଚି ଜମିକୁ ସିଲ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.