ଉତ୍ସବମୁଖର ଆରଡ଼ିର ବାବା ଆଖଣ୍ଡଳମଣୀଙ୍କ ପୀଠ, ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଚାନ୍ଦବାଲି(କେନ୍ୟୁଜ୍): ଆଜି ଆଖଣ୍ଡଳମଣୀ ପୀଠରେ ଶିବ ବିବାହ । ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ ଉତ୍ସବମୁଖର ହୋଇଉଠିଛି । ବିବାହ ଉତ୍ସବ ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଛି । ଆଜି ସକାଳେ ବର କର୍ତ୍ତା ଓ କନ୍ୟା କର୍ତ୍ତା ନିଜ ନିଜ ଘରେ ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ପାର୍ବତୀଙ୍କୁ ନେଇ ମଙ୍ଗୁଳା କାର‌୍ୟ୍ୟ ଶେଷ କରିଛନ୍ତି । ଜିଲ୍ଳାପାଳ ଓ ଉପଜିଲ୍ଲାପାଳ ଆରଡିରେ ପହଂଚି ଶିବବିବାହ ପ୍ରସ୍ତୁତିର ସମୀକ୍ଷା କରିବା ସହ ଶାନ୍ତିଶୃଙ୍ଖଳାର ସହ ବାବାଙ୍କ ବିବାହ ଉତ୍ସବ ସମାପନ କରିବାକୁ ସେବାୟତଙ୍କୁ ଆହ୍ଵାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.