ସନ୍ନି ଲିଓନୀ ‘ଭାରତ’ର ପ୍ରିମିୟରରେ ସାଙ୍ଗକୁ ମଜାକରେ ଦେଇଥିଲେ ଗାଳି, ଯାହା ଏବେ ହେଉଛି ଭାଇରାଲ

ସଲମାନ ଖାନ ଷ୍ଟାରର ଫିଲ୍ମ ‘ଭାରତ’ ୫ ଜୁନରେ ସିନେମାଘରେ ରିଲିଜ ହେଲା। ଫିଲ୍ମ ବକ୍ସ ଅଫିସରେ ବହୁତ ସାରା କମାଇସାରିଲାଣି। ‘ଭାରତ’ ଫିଲ୍ମର ପ୍ରିମିୟରରେ ବି-ଟାଉନର ଅନେକ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ଏହି ପ୍ରିମିୟରର ଭାଗ ସନ୍ନି ଲିଓନୀ ମଧ୍ୟ ନେଇଥିଲେ। ଏହି ଇଭେଣ୍ଟର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏମିତିରେ ସନ୍ନି ଲିଓନୀଙ୍କର ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜ ସାଙ୍ଗଙ୍କୁ ମଜାକରେ ଗାଳି ଦେଉଥିବାର ନଜର ଆସିଛନ୍ତି।
ଭିଡିଓକୁ ସନ୍ନି ଲିଓନୀ ନିଜର ଇନଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଭିଡିଓରେ ତାଙ୍କ ସାଙ୍ଗକୁ ଅପଶବ୍ଦ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସନ୍ନି ଲିଓନୀ ଖାଇବା ପ୍ରିୟ ଅଟନ୍ତି। ସେ ‘ଭାରତ’ର ପ୍ରିମିୟରରେ ହାତରେ ପପକର୍ଣ୍ଣ ଏବଂ ସମୋସା ଧରିଥିଲେ। ସେତେବେଳେ ସନ୍ନିଙ୍କର ଜଣେ ସାଙ୍ଗ ତାଙ୍କ ଠାରୁ ପପକର୍ଣ୍ଣ ଛଡାଉଥିବାବେଳେ ସନ୍ନି ତାଙ୍କୁ ମଜାକରେ ଗାଳି ଦେଉଛନ୍ତି।
ଜଣାଇବାକୁ ଚାହିଁବୁ ଯେ ‘ଭାରତ’ର ପ୍ରିମିୟରରେ ସନ୍ନି ଲିଓନୀଙ୍କ ବ୍ୟତୀତ ଟାଇଗର ଶ୍ରଫ୍, ଦିସା ପଟାନୀ, ଜାହ୍ନବୀ କପୁର, ଅନନ୍ୟା ପାଣ୍ଡେ, ତାରା ସୁତାରିୟା ଏବଂ ଅନିଲ କପୁର ସମେତ ଅନ୍ୟ ଷ୍ଟାର୍ସ ମାନେ ମଧ୍ୟ ଅଭିନପୟ କରିଥିଲେ। ଏହି ଫିଲ୍ମ ଓପନିଂ ଡେରେ ୪୨ କୋଟି ୩୦ ଲକ୍ଷ କମାଇଛି। ସେହିଭଳି ମିଡିଆ ରିପୋର୍ଟ ମୁତାବକ ଦ୍ବିତୀୟ ଦିନରେ ଫିଲ୍ମ ପ୍ରାୟ ୩୦ କୋଟି ଟଙ୍କା ବିଜନେସ କରିଛି। ଫିଲ୍ମ ‘ଭାରତ’ ଚଳିତ ବର୍ଷର ଓପନିଂ ଡେର ସବୁଠାରୁ ଅଧିକ ବିଜନେସ କରିଥିବା ଫିଲ୍ମ ହୋଇଛି।
View this post on Instagram