Below header

ଖଣି ମାଫିଆଙ୍କ ଉତ୍ପାତ : ଚଢ଼ାଉ ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ

ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ । ୨୦ରୁ ଅଧିକ ପଥର ମାଫିଆ ଆକ୍ରମଣ କରିଛନ୍ତି । ଜୋର ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏନଫୋର୍ସମେଣ୍ଟ ଟିମ ସଦସ୍ୟ ସୁଦାମ ଚରଣ ବେହେରା ।

ନୟାଗଡ଼ (କେନ୍ୟୁଜ): ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ । ୨୦ରୁ ଅଧିକ ପଥର ମାଫିଆ ଆକ୍ରମଣ କରିଛନ୍ତି । ଜୋର ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏନଫୋର୍ସମେଣ୍ଟ ଟିମ ସଦସ୍ୟ ସୁଦାମ ଚରଣ ବେହେରା ।

ଟାଙ୍ଗୀ ରଣପୁର ଚାନ୍ଦପୁରରେ ଦିନକୁ ଦିନ ବଢି ଚାଲିଛି ଖଣି ମାଫିଆଙ୍କ ଉତ୍ପାତ । ରଣପୁର ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ ଚଢଉ କରିଥିଲା । ଚଢଉ ବେଳେ ଗୋଟିଲ ବୁଲେଟ, ପଥର ବୋଝେଇ ଟ୍ରକ୍‌, କଟର ନେଇ ଫେରାର ହୋଇଯାଇଛନ୍ତି ମାଫିଆ । ଆହତ କର୍ମଚାରୀଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକତ୍ସା କରାଯାଉଛି । ଘଟଣା ନେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରୁଛି ଚାନ୍ଦପୁର ପୋଲିସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.