ନିଜର ବୋଲ୍ଡ ଲୁକ୍ ଦ୍ବାରା ପୁଣି ହୋସ୍‌ ଉଡ଼ାଇଲେ ଉର୍ଫି, ମୁହଁ ଆଗରେ ଲଗାଇଲେ ଜାଲି ମୁଖା

ନିଜର ବୋଲ୍ଡ ଫ୍ୟାଶନ ଦ୍ୱାରା ଲୋକଙ୍କ ହୋସ୍‌ ଉଡ଼ାଉଥିବା ଉର୍ଫି ଜାଭେଦ ପୁଣି ଏକ କଳା ରଙ୍ଗର ଟ୍ରାଉଜର, ଏ ହାପ୍ ଟପ୍ ସାଙ୍ଗକୁ ମୁହଁ ଆଗରେ ଏକ ଜାଲି ମୁଖା ଲଗାଇ ଏକ ଦୁଃସାହସିକ ଲୁକ୍ ରେ ନଜର ଆସିଥିଲେ।

ମୁମ୍ବାଇ: ନିଜର ବୋଲ୍ଡ ଫ୍ୟାଶନ ଦ୍ୱାରା ଲୋକଙ୍କ ହୋସ୍‌ ଉଡ଼ାଉଥିବା ଉର୍ଫି ଜାଭେଦ ସର୍ବଦା ନିଜର ପୋଷାକ ପାଇଁ ଚର୍ଚ୍ଚାରେ ଥାନ୍ତି। ଦର୍ଶକମାନଙ୍କୁ ଚକିତ କରିବା ସହ ଖୁବ୍ ସମାଲୋଚନାର ଶିକାର ମଧ୍ୟ ହୋଇଥାନ୍ତି। ହେଲେ ସବୁ ସମାଲୋଚକମାନଙ୍କୁ ସେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଦେଇଥାନ୍ତି। ସୋସିଆଲ ମିଡିଆ ସେନ୍‌ସେସନ ଉର୍ଫି ଜାଭେଦଙ୍କୁ କେହି ନା କେହି ତାଙ୍କ ପୋଷାକକୁ ନେଇ କମେଣ୍ଟ କରିଥାନ୍ତି। ଉର୍ଫି ଜାଭେଦଙ୍କୁ ଏତିକି ଲୋକପ୍ରିୟତା ତାଙ୍କ କାମରୁ ମିଳୁ ନ ଥିବ, ଯେତିକି ତାଙ୍କୁ ନିଜ ବୋଲ୍ଡ ଆଉଟ୍‌ଫିଟ୍ସ ଏବଂ ହଟ୍‌ ଡ୍ରେସିଂ ସେନ୍ସ ଯୋଗୁ ମିଳୁଛି। ଉର୍ଫି ପ୍ରତ୍ୟେକ ଥର ନିଜ ଲୁକ୍‌ରେ କିଛି ନୂଆ ତଥା ଭିନ୍ନ କରିବାକୁ ଚେଷ୍ଟା କରନ୍ତି। ଏଥର ପୁଣି ଆଉ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି ତାଙ୍କୁ।

ଗତ ମଙ୍ଗଳବାର ସେ ଏକ ନିଆରା ବେଶରେ ନଜର ଆସିଥିଲେ। ଏବଂ ସମସ୍ତଙ୍କୁ ପୁଣି ଥରେ ଚକିତ କରିଦେଇଥିଲେ। ଏକ କଳା ରଙ୍ଗର ଟ୍ରାଉଜର, ଏ ହାପ୍ ଟପ୍ ସାଙ୍ଗକୁ ମୁହଁ ଆଗରେ ଏକ ଜାଲି ମୁଖା ଲଗାଇ ସେ ଏପରି ଏକ ଦୁଃସାହସିକ ଲୁକ୍ ରେ ନଜର ଆସିଥିଲେ। ତେବେ ତାଙ୍କର ଏପରି ବେଶକୁ ଦେଖି ପ୍ରଶ୍ନ ପଚାରିବା ସହ ପରିହାସ କରିବା ଆରମ୍ଭ କରିଦେଇଥିଲେ ।ଉକ୍ତ ଜାଲିକୁ ସେ ବନ୍ଦୀଶାଳାର ଲୁହାବାଡ଼ ସହ ତୁଳନା କରି କହିଛନ୍ତି, ମୁଁ ଏବେ ମୋର ନିଜସ୍ବ ବନ୍ଦୀଶାଳାକୁ ସାଙ୍ଗରେ ଧରି ବୁଲୁଛି। ଯେଉଁମାନେ ମୋର ବେଶଭୂଷା ଦେଖି ମୋ ବିରୋଧରେ ମାମଲା ରୁଜୁ କରି ମୋତେ ଜେଲ୍ ପଠାଇବାକୁ ଚାହୁଛନ୍ତି, ସେଥିପ୍ରତି ମୋର ଜମାା ଭୟ ନାହିଁ। କାରଣ ମୁଁ ତ ବରାବର ଜେଲ୍ ଭିତରେ ରହିଛି।’

cguingum wear

ତାଙ୍କର ଏହି ନୂଆ ଅବତାର ଦେଖି କିଛି ପ୍ରଶଂସକ ତାଙ୍କ ଦୁଃସାହସିକତାକୁ ତାରିଫ କରିଥିବା ବେଳେ ସମାଲୋଚକମାନେ ମଧ୍ୟ ତାଙ୍କ ବିଷୟରେ ଅଧିକ ଅରୁଚିକର ମନ୍ତବ୍ଯ ଦେଇଛନ୍ତି। ସୂଚନା ଥାଉକି, ନିକଟରେ ଉର୍ଫି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଥିବା ଫଟୋ ଗୁଡିକରେ ତାଙ୍କର ଏକ ଭିନ୍ନ ଲୁକ୍ ଦେଖିବାକୁ ମିଳିଥିଲା। ଯାହା ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ସେ ଚୁଇଂ ଗମ୍‌ରେ ପ୍ରସ୍ତୁତ ଏକ ଟପ୍ ପିନ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ଯଚକିତ କରିଦେଇଥିଲେ। ଏପରିକି ନିଜ ପୋଷାକକୁ ଅଧିକ ଜୀବନ୍ତ କରିବା ପାଇଁ ସେ ଏକ ବବଲ୍ ଗମ୍‌କୁ ମଧ୍ୟ ଫୁଲାଇ ଫୁଟାଉଥିବାର ଦୃଶ୍ୟ ଛାଡ଼ିଥିଲେ।

ତେବେ ସୋସିଆଲ ମିଡିଆ ସେନସେସନ ଉର୍ଫି ଅଧିକ ଦିନ ପର୍ଯ୍ୟନ୍ତ ଲାଇମଲାଇଟରୁ ଦୂରେଇ ରହିପାରନ୍ତି ନାହିଁ। ଉର୍ଫି ଜାଭେଦ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରତିଦିନ କିଛି ନା କିଛି ନୂଆ ଭିଡିଓ କିମ୍ବା ଫଟେ ସେୟାର କରିଥାନ୍ତି। କେବଳ ଏତିକି ନୁହେଁ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। କିଛି ସୋସିଆଲ ମିଡଆ ୟୁଜର୍ସ ଉର୍ଫିଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଦେଖି ପ୍ରଶଂସା କରିଥାନ୍ତି ତ ଅନେକ ୟୁଜର୍ସ ଏହାକୁ ଟ୍ରୋଲ ମଧ୍ୟ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.