ପଞ୍ଜାବରେ ପୁଣି ଗ୍ୟାସ୍‌ ଲିକ୍‌! ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ ହସ୍ପିଟାଲରେ ଭର୍ତ୍ତି

ପଞ୍ଜାବର ଲୁଧିଆନାରେ ଗତ ଏପ୍ରିଲ୍‌ ୩୦ରେ ହୋଇଥିବା ଭୟାବହ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ଦିନ କେଇଟା ବିତି ନ ଥିବାବେଳେ ଏବେ ପଞ୍ଜାବରୁ ଆଉ ଏକ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି।

ପଞ୍ଜାବର ଲୁଧିଆନାରେ ଗତ ଏପ୍ରିଲ୍‌ ୩୦ରେ ହୋଇଥିବା ଭୟାବହ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ଦିନ କେଇଟା ବିତି ନ ଥିବାବେଳେ ଏବେ ପଞ୍ଜାବରୁ ଆଉ ଏକ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି। ନଙ୍ଗଲର ସେଣ୍ଟ ସୋଲ୍‌ଜର ସ୍କୁଲରେ ଗ୍ୟାସ୍‌ ଲିକ ହେତୁ ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷକ ପ୍ରଭାବିତ ହୋଇଛନ୍ତି। ସମସ୍ତଙ୍କୁ ବାନ୍ତି ଏବଂ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା, ଯାହାର ତୁରନ୍ତ ପରେ ସମସ୍ତଙ୍କୁ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କହି ରଖୁଛୁ ଯେ ସ୍କୁଲ ନିକଟରେ ଦୁଇଟି ବଡ଼ ଶିଳ୍ପ ୟୁନିଟ୍ ରହିଛି। ସେଥି ମଧ୍ୟରୁ କୌଣସି ଏକ ଉଦ୍ଦ୍ୟୋଗରୁ ଗ୍ୟାସ୍ ଲିକ୍ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଯାଞ୍ଚ ପରେ ପ୍ରକୃତ ଘଟଣା ପଦାକୁ ଆସିବ। ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ଡେପୁଟି କମିଶନର ପ୍ରୀତି ଯାଦବ ପହଞ୍ଚିଛନ୍ତି।

ସେ କହିଛନ୍ତି ଯେ ଆମେ ପିଲାମାନଙ୍କ ମାତାପିତାଙ୍କ ସହ କଥା ହୋଇଛୁ। ପିଲା ଏବଂ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛୁ। ଆମ ଦଳ ଘଟଣାସ୍ଥଳରେ ପହଞ୍ଚୁଛି। ଯେଉଁମାନଙ୍କ ଦୋଷ ଜଣାପଡ଼ିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ।

ସେପଟେ ସ୍କୁଲରେ ଗ୍ୟାସ୍‌ ଲିକ୍‌ ଦୁର୍ଘଟଣା ପରେ ଶିକ୍ଷାମନ୍ତ୍ରୀ ହରଜୋତ୍‌ ସିଂ ବ୍ୟାନ୍ସ ସୋସିଆଲ ମିଡିଆରେ ଟ୍ଵିଟ୍‌ କରିଛନ୍ତି। ସେ ଲେଖିଛନ୍ତି କି, ‘ସାବଧାନତାକୁ ନଜରରେ ରଖି ଜିଲ୍ଲାର ସମସ୍ତ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଡକାଯାଇଛି। ମୁଁ ସମସ୍ତ ସହରବାସୀଙ୍କ ସୁସ୍ଥତା କାମନା କରୁଛି। ଏଥିରେ କେହି ଡରିବାର କାରଣ ନାହିଁ। ମୁଁ ନିଜେ ହିଁ ବହୁତ ଜଲ୍‌ଦି ଘଟଣାସ୍ଥଳରେ ପହଞ୍ଚୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.