ପୁଣି ଅଲୋଡ଼ା ଶିଶୁ କନ୍ୟା, ପୋଖରୀରୁ ନବଜାତକର ମୃତଦେହ ଉଦ୍ଧାର

ପୁଣି ଅଲୋଡ଼ା ଶିଶୁ କନ୍ୟା। ନିମାପଡା ନିକଟ ସଲଙ୍ଗ ପଂଚାୟତ ଇନ୍ଦଲ ଗାଁର ପୋଖରୀରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି ।

ଗୋପ (କେନ୍ୟୁଜ): ପୁଣି ଅଲୋଡ଼ା ଶିଶୁ କନ୍ୟା । ମାତୃତ୍ଵ ଉପରେ ପୁଣି ଲାଗିଲା କଳଙ୍କ ! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିମାପଡା ନିକଟ ସଲଙ୍ଗ ପଂଚାୟତ ଇନ୍ଦଲ ଗାଁରେ l ପୋଖରୀରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ନିମାପଡ଼ା ପୋଲିସର ତଦନ୍ତ ଜାରି ରହିଛି। କିଏ ଓ କାହିଁକି ଏପରି କରିଛି ତାର କାରଣ ଅସ୍ପଷ୍ଟ ରହିଛି।