Below header

ରାଜଧାନୀରେ ମାତିଛନ୍ତି ଠକ, ନିଜକୁ ଡାକ୍ତର ପରିଚୟ ଦେଇ ଦୋକାନରୁ ନେଇ ଗଲେ ଟିଭି

ନିଜକୁ ଡାକ୍ତର ବିକାଶ ବୋଲି ପରିଚୟ ଦେଇ ଭୁବନେଶ୍ୱରର ଦୁଇ ଦୁଇଟି ଦୋକାନ ସହ ଉବେର ଡ୍ରାଇଭରଙ୍କୁ ମଧ୍ୟ ଲୁଟିଛନ୍ତି। ସମସ୍ତଙ୍କୁ ଅତି ସହଜରେ ଚୁନା ଲଗେଇ ଜିନିଷ ନେଇକି ଚମ୍ପଟ ମାରିଛି ଏହି ଠକ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ମାତିଛନ୍ତି ଠକ। ନିଜକୁ ଡାକ୍ତର ପରିଚୟ ଦେଇ ଦୋକାନରୁ ଟିଭି ଓ ୱାଟର ପ୍ୟୁରିଫାୟାର ନେଇ ମାରିଲେ ଛୁ। ନିଜକୁ ଡାକ୍ତର ବିକାଶ ବୋଲି ପରିଚୟ ଦେଇ ଭୁବନେଶ୍ୱରର ଦୁଇ ଦୁଇଟି ଦୋକାନ ସହ ଉବେର ଡ୍ରାଇଭରଙ୍କୁ ମଧ୍ୟ ଲୁଟିଛନ୍ତି। ସମସ୍ତଙ୍କୁ ଅତି ସହଜରେ ଚୁନା ଲଗେଇ ଜିନିଷ ନେଇକି ଚମ୍ପଟ ମାରିଛି ଏହି ଠକ।

ଚନ୍ଦ୍ରଶେଖରପୁରରେ ଥିବା ଏକ water purifier ଦୋକାନକୁ ଆସି ଜିନିଷ କିଣିବା ପରେ ଆକାଉଣ୍ଟକୁ ଟଙ୍କା ପଠାଇଥିବା କହି ଜିନିଷ ଧରି ଛୁ ମାରିଥିଲା। ହେଲେ ଦୋକାନୀ ଜଣକ ଆକାଉଣ୍ଟ ଚେକ୍‌ କରିବାବେଳେ ଟଙ୍କା ଆସିନଥିବା ଜାଣିବାକୁ ପାଇଥିଲେ। ସେହିପରି ସମାନ ଢଙ୍ଗରେ ଏକ ଟିଭି ସୋ ରୁମ୍‌ ଓ ଉବେର ଡ୍ରାଇଭରଙ୍କୁ ମଧ୍ୟ ଠକିଛି ଠକ ଡାକ୍ତର। ଏନେଇ ଇନଫୋସିଟି ଥାନାରେ ଏତଲା ଦିଆଯିବା ପରେ ଠକକୁ ଖୋଜୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.