୨୪ ମଇରୁ ପୁଣିଥରେ ବିମାନ ସେବା ଆରମ୍ଭ କରିବ ଗୋ ଫାଷ୍ଟ ଏୟାରଲାଇନ୍ସ, ରଦ୍ଦ ହୋଇଥିବା ବିମାନର ରିଫଣ୍ଡ ଜଲଦି ମିଳିବ

ପୁଣି ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରିଛି ଗୋ ଫାଷ୍ଟ ଏୟାରଲାଇନ୍ସ କମ୍ପାନୀ । ଏୟାରଲାଇନ୍‌ କମ୍ପାନୀ ୨୪ ମେରୁ ପୁଣିଥରେ ବିମାନ ସେବା ଆରମ୍ଭ କରିବ । ରଦ୍ଦ ହୋଇଥିବା ବିମାନର ରିଫଣ୍ଡ ଖୁବଶୀଘ୍ର ମିଳିବ ।

ପୁଣି ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରିଛି ଗୋ ଫାଷ୍ଟ ଏୟାରଲାଇନ୍ସ କମ୍ପାନୀ । ରିପୋର୍ଟ ମୁତାବକ, ଏୟାରଲାଇନ୍‌ କମ୍ପାନୀ ୨୪ ମେରୁ ପୁଣିଥରେ ବିମାନ ସେବା ଆରମ୍ଭ କରିପାରେ । ଏୟାରଲାଇନ ଉଡାଣ ସେବା ଅଳ୍ପରୁ ଆରମ୍ଭ କରିପାରେ ।
ଖବର ମୁତାବକ, ବିମାନ ସେବା ୨୩ଟି ବିମାନ ସହିତ ଆରମ୍ଭ କରିବାର ଯୋଜନା କରିଛି । ମେ ୨ରୁ ଏୟାରଲାଇନ ପାଖାପାଖି ୨୭ଟି ବିମାନରେ ସର୍ଭିସ ଯୋଗାଉଥିଲା । ଦିଲ୍ଲୀ ଏବଂ ମୁମ୍ବାଇ ଏୟାରପୋର୍ଟରୁ ୫୧ ଏବଂ ୩୭ ଡିପାର୍ଚର ସ୍ଲଟ ରହିଥିଲା । ତେବେ ଗତ ଦୁଇଦିନ ପୂର୍ବରୁ ଏୟାରଲାଇନ୍ସ ୧୯ ତାରିଖ ଯାଏଁ ସମସ୍ତ ବିମାନ ବାତିଲ କରିଥିଲା । ଏହାପୂର୍ବରୁ ୧୨ ମଇ ପର୍ଯ୍ୟନ୍ତ ସମସ୍ତ ବିମାନକୁ ରଦ୍ଦ କରିଥିଲା ।

ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ପକ୍ଷରୁ ଗୋ ଫାଷ୍ଟକୁ ସୁରକ୍ଷା ଦେବାକୁ ସହମତି ଜଣାଇଛି । NCLT କହିଛି କି, ଦେବାଳିୟା ହୋଇଥିବା ଗୋ ଫାଷ୍ଟ ଏୟାରଲାଇନର ଯାଚିକାକୁ ସ୍ୱୀକାର କରିଛି ।NCLT ଏୟାରଲାଇନ୍ସ ଚାଲୁ ରଖିବା ସହିତ ଛଟେଇ ନ କରିବାକୁ ଆଦେଶ ଦେଇଛି ।

NCLT ର ଆଦେଶକୁ ଗୋ ଫାଷ୍ଟର ସିଇଓ କୌଶିକ ଖାନା ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି । ଭାରତରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଏୟାରଲାଇନ ନିଜ ଇଚ୍ଛାରେ କଣ୍ଟ୍ରାକ୍ଟ ଏବଂ କରଜ ଉପରେ ପୁଣିଥରେ କଥାବାର୍ତ୍ତା କରିବା ପାଇଁ ଆବେଦନ କରିଛି ।

ସୂଚନାଯୋଗ୍ୟ, ୨୦୦୫ରେ ଗୋ ଫାର୍ଷ୍ଟ ଏୟାରଲାଇନ୍ ଆରମ୍ଭ ହୋଇଥିଲା। ଏହା ୱାଡିଆ ଗ୍ରୁପ୍ର ଏକ ଏୟାରଲାଇନ୍, ଯାହା ଶସ୍ତା ବିମାନ ସେବା ପ୍ରଦାନ କରୁଥିବା ପ୍ରମୁଖ ବିମାନ କମ୍ପାନୀ ମଧ୍ୟରୁ ଅନ୍ୟତମ। ଏହା NCLT ପାଖରେ ଦେବାଳିଆ ଆବେଦନ ମଧ୍ୟ ଦାଏର କରିଥିଲା।

କମ୍ପାନୀ ମୁତାବକ, ଏହା ବର୍ତ୍ତମାନ କ୍ୟାସ୍ ଆଣ୍ଡ୍ କ୍ୟାରି ମୋଡ ଅର୍ଥାତ୍ ପେମେଣ୍ଟ ପରେ ହିଁ ବିମାନ ଚଳାଇବାରେ ସକ୍ଷମ ଅଛି। ତେବେ ଗତ ଦୁଇଦିନ ପୂର୍ବରୁ ଏୟାରଲାଇନ୍ସ ୧୯ ତାରିଖ ଯାଏଁ ସମସ୍ତ ବିମାନ ବାତିଲ କରିଥିଲା । ଏହାପୂର୍ବରୁ ୧୨ ମଇ ପର୍ଯ୍ୟନ୍ତ ସମସ୍ତ ବିମାନକୁ ରଦ୍ଦ କରିଥିଲା । ଏହା ପୂର୍ବରୁ ୨ ଓ ୩ ତା’ ପରେ ୫ ତାରିଖ ଯାଏଁ ସମସ୍ତ ଉଡାଣ ବାତିଲ କରିଥିଲା । ଏହା ଉପରେ ମୋଟ ୬୫୨୧ କୋଟି ଟଙ୍କା ଋଣ ଭାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.