Below header

ଆଇଏମଡିର ଆଲର୍ଟ: ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା

ଦେଶବ୍ୟାପୀ ମୌସୁମୀ ବର୍ଷା ଏପର୍ଯ୍ୟନ୍ତ ୬ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଗତ ୨୦ ଘଣ୍ଟା ମଧ୍ୟରେ ଭୁସ୍ଫଳନର ୨ୟ ଘଟଣା ଘଟିଛି । ୨ ଜାତୀୟ ରାଜପଥ ସମେତ ୩୮୦ ସଡ଼କ ପଥ ବନ୍ଦ ରହିଛି । ଫଳରେ ଚଣ୍ଡୀଗଡ-ମନାଲୀ NH-21 ଦୀର୍ଘ ଘଣ୍ଟା ହେଲା ବନ୍ଦ ରହିଛି ।

କେନ୍ୟୁଜ୍(ବ୍ୟୁରୋ): ଆଇଏମଡିର ଆଲର୍ଟ । ଆସନ୍ତା ୨ ଦିନ ଦେଶର ୨୫ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଝାଡଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର, ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବ । ଦେଶର ୮୦ ପ୍ରତିଶତ ଅଞ୍ଚଳରେ ମୌସମୀ ବାୟୁ ପହଞ୍ଚି ସାରିଛି । ଫଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ସେହିପରି ଦେଶବ୍ୟାପୀ ମୌସୁମୀ ବର୍ଷା ଏପର୍ଯ୍ୟନ୍ତ ୬ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଗତ ୨୦ ଘଣ୍ଟା ମଧ୍ୟରେ ଭୁସ୍ଫଳନର ୨ୟ ଘଟଣା ଘଟିଛି । ୨ ଜାତୀୟ ରାଜପଥ ସମେତ ୩୮୦ ସଡ଼କ ପଥ ବନ୍ଦ ରହିଛି । ଫଳରେ ଚଣ୍ଡୀଗଡ-ମନାଲୀ NH-21 ଦୀର୍ଘ ଘଣ୍ଟା ହେଲା ବନ୍ଦ ରହିଛି । ଫଳରେ ରାସ୍ତା କଡ଼ରେ ୧୦ କିଲୋମିଟର ଲମ୍ବାରେ ଛିଡ଼ା ହୋଇଛି ଶହଶହ ଗାଡ଼ି ମୋଟର । ଉତ୍ତରାଖଣ୍ଡରେ ଭୀଷଣ ବର୍ଷା ଯୋଗୁଁ ବଦ୍ରିନାଥ ହାଇୱେ ପ୍ରଭାବିତ ହୋଇଛି । ଫଳରେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଉତ୍ତର ଓଡ଼ିଶା ଓ ପାଖାପାଖି ଅଞ୍ଚଳରେ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ରହିଛି । ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝାରୁସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ସୋନପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେପଟେ ଉତ୍ତରପୂର୍ବର ଅଧିକାଂଶ ସ୍ଥାନରେ ବନ୍ୟାର ପ୍ରକୋପ। ବନ୍ୟା ବିତ୍ପାତରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆସାମ। ସାଢେ ୪ଲକ୍ଷରୁ ଅଧିକ ଲୋକ ବନ୍ୟା ଘେରରେ ରହିଥିବା ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ନଲବାରୀ ଜିଲ୍ଲା। ଫୁଲି ରହିଛି ବ୍ରହ୍ମପୁତ୍ର। ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ବହୁ ନଦୀ ପ୍ରବାହିତ ହେଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.