୨୮ ତାରିଖରେ ଏକାମ୍ର ପ୍ରକଳ୍ପର ଭୂମିପୂଜା, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଲିଙ୍ଗରାଜ ମନ୍ଦିର ସେବାୟତ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏକାମ୍ର ପ୍ରକଳ୍ପ ବହୁ ଦିନର ଏକ ସ୍ୱପ୍ନ ରହିଥିଲା । ତାହା ଆଜି ପୂରଣ ହେବାକୁ ଯାଉଛି ।

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୮ ତାରିଖରେ ଏକାମ୍ର ପ୍ରକଳ୍ପର ଭୂମିପୂଜା । ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଲିଙ୍ଗରାଜ ମନ୍ଦିର ସେବାୟତ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏକାମ୍ର ପ୍ରକଳ୍ପ ବହୁ ଦିନର ଏକ ସ୍ୱପ୍ନ ରହିଥିଲା । ତାହା ଆଜି ପୂରଣ ହେବାକୁ ଯାଉଛି ।

ଭିତ୍ତିପ୍ରସ୍ତର ଦିନ ଭୁବନେଶ୍ୱରର ସମସ୍ତ ବିଧାୟକ, ମେୟର, ଖୋର୍ଦ୍ଧା ବିଧାୟକ, ସବୁ କର୍ପୋରେଟରଙ୍କ ସହ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ପ୍ରକଳ୍ପ ପାଇଁ ଯେଉଁମାନେ ଜମି ଦାନ କରିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.