ପାରିବାରିକ କଳହର କରୁଣ ପରିଣତି, ମହିଳାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୂଘର ଲୋକେ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ପାରିବାରିକ କଳହର କରୁଣ ପରିଣତି । ମହିଳାଙ୍କୁ ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୂଘର ଲୋକେ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ହାତୀଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗୁରୁତର ମହିଳାଙ୍କୁ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମର କିଛି ମହିଳା ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ମହିଳା ଜଣଙ୍କ ୪ ବର୍ଷ ତଳେ ବାବାଜୀ ମଲ୍ଲିକଙ୍କ ପୁଅ ଶତ୍ରୁଘ୍ନଙ୍କୁ ପ୍ରେମ ବିବାହ କରିଥିଲେ । ଯାହାକୁ ସହଜରେ ଗ୍ରହଣ କରିପାରି ନଥିଲେ ଶାଶୂଘର ଲୋକେ । ସେବେଠୁ ମହିଳାଙ୍କୁ ନିର‌୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.