Below header

କାଲି ଆଡିଲେଡ୍‌ରେ ଦ୍ୱିତୀୟ ଦିନିକିଆ : ଜୋରଦାର ଟକ୍କର ସମ୍ଭାବନା

ଆଡିଲେଡ୍‌ : ଆସନ୍ତାକାଲି ଆଡିଲେଡ୍‌ରେ ଭାରତୀୟ ସମୟ ସକାଳ ୮ଟା ୫୦ରେ ଯେତେବେଳେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବ ସେତେବେଳ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ମନରେ ଥିବା ଆଜିର ମ୍ୟାଚ୍‌ ଯେମିତି ବି ହେଉ ଜିତିବୁ । ହେଲେ ଅନିଶ୍ଚିତତାର ଖେଳ କ୍ରିକେଟ୍‌ରେ କିଏ ଜିତିବ ସେକଥା ସେହି ଦିନର ଖେଳ ହିଁ କହିବ । ତେବେ କଙ୍ଗାରୁ ଟିମ୍‌ ଟେଷ୍ଟ ସିରିଜ୍‌ ହାରିବା ପରେ ଭଲ କମ୍‌ବ୍ୟାକ୍‌ କରିଛି । ଗତ ଦୁଇ ବର୍ଷ ଭିତରେ ସିଡନୀ ବିଜୟ ଦଳର ସବୁଠାରୁ ଭଲ ବିଜୟ ବୋଲି କୁହାଯାଉଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ବଢ଼ିଆ ପ୍ରଦର୍ଶନ କରିଛି । ତେଣୁ ବିଜୟଧାରା ବଜାୟ ରଖି ଆଡିଲେଡ୍‌ରେ ସିରିଜ୍‌ କବଜା କରିବା ପାଇଁ ଆରୋନ୍‌ ଫିଞ୍ଚ୍‌ଙ୍କ ଦଳ ପୂରା ଦମ୍‌ରେ ଲାଗିଯିବ ।

1
ଅନ୍ୟପକ୍ଷରେ ବିରାଟ ବାହିନୀ ତାର ଭୁଲ ବୁଝି ସାରିଛି । ଏହି ମ୍ୟାଚ୍‌ ହାତଛଡ଼ା କଲେ ସିରିଜ୍‌ ହାତରୁ ଖସିଯିବ ବୋଲି ଉଭୟ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭଲ ଭାବେ ଜାଣିଛନ୍ତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟାଟିଂ ଦୁର୍ଗ ଥିବା ଭାରତୀୟ ଦଳର ବ୍ୟାଟିଂ ବିଫଳତା ହିଁ ପରାଜୟର କାରଣ ଥିଲା । ଏବେ ଅଷ୍ଟ୍ରେଲିଆର ନବାଗତ ବୋଲର ଜେ. ରିଚାର୍ଡ଼ସନ୍‌ଙ୍କୁ କେମିତି ସାମନା କରିବେ ସେଇ ଚିନ୍ତାରେ ଅଛନ୍ତି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ।

3
ଉଭୟ ଦଳରେ ସେଭଳି କିଛି ବଡ଼ ପରିବର୍ତ୍ତନର ଆଶା ନାହିଁ । ତଥାପି ଭାରତୀୟ ଦଳରେ ଦୀନେଶ କାର୍ତ୍ତିକଙ୍କୁ ବାଦ୍‌ ଦେଇ କେଦାର ଯାଦବଙ୍କୁ ନିଆଯାଇ ପାରେ । ସେହିପରି ଅଷ୍ଟ୍ରେଲିଆ ଦଳରେ ଅସୁସ୍ଥ ଥିବାରୁ ପ୍ରଥମ ମ୍ୟାଚ୍‌ ଖେଳି ନଥିବା ମିଚେଲ୍‌ ମାର୍ଶ ଦଳକୁ ଫେରିବାର ସମ୍ଭାବନା ରହିଛି ।
ଉଭୟ ଦଳର ଟାର୍ଗେଟ୍‌ ମ୍ୟାଚ୍‌ ଜିତିବା । ତେଣୁ ଜୋରଦାର ଲଢ଼େଇ ଆଶା କରାଯାଉଛି ।

ଦିନିକିଆରେ ବିଜୟ ରେକର୍ଡ଼

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ୍‌ ୧୨୮ଟି ଦିନିକିଆ ମ୍ୟାଚ୍‌ ଖେଳା ଯାଇଛି । ସେଥିରୁ ଭାରତ ଜିତିଛି ମାତ୍ର ୪୫ଟି ମ୍ୟାଚ୍‌ । ଅନ୍ୟ ଦଳ ବିପକ୍ଷରେ ଟିମ୍‌ ଇଣ୍ଡିଆ ଅଧିକ ମ୍ୟାଚ୍‌ ଜିତିଥିବା ବେଳେ ବିଜୟ ହାରରେ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠାରୁ ପଛରେ ରହିଛି । କଙ୍ଗାରୁ ବିପକ୍ଷରେ ବିଜୟ ହାର ହେଉଛି ମାତ୍ର ୩୮.୧୩ ପ୍ରତିଶତ ।

ଦ୍ୱିତୀୟ ଦିନିକିଆ-ଭାରତୀୟ ସମୟ ସକାଳ ୮.୫୦ ମିନିଟ୍‌

4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.