ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲା ଜାରକା ଇନରହୁଇଲ କ୍ଲବ, ଧର୍ମଶାଳା ତହସିଲଦାରଙ୍କ ଜରିଆରେ ୧୦ହଜାର ଟଙ୍କାର ଚେକ ପ୍ରଦାନ

ଯାଜପୁର (କେନ୍ୟୁଜ): କରୋନା ସହ ମୁକାବିଲା କରୁଛି ଏବେ ସାରା ରାଜ୍ୟ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ। ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଜାରକା ଇନରହୁଇଲ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

inrahuil

କ୍ଲବର ସଭାନେତ୍ରୀ କଳ୍ପନା ପରିଡା, ପୂର୍ବତନ ସଭାନେତ୍ରୀ ମିନତୀ ସାହୁ, ମାଧୁରୀ ଶତପଥୀ, ସଦସ୍ୟା ଶକୁନ୍ତଳା ମହାନ୍ତି, ଅଜନ୍ତା ପାଣିଗ୍ରାହୀ, ଶୁଭଲକ୍ଷ୍ମୀ କର ପ୍ରମୁଖ ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ଏହି ଚେକ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.