Below header

ଅଗ୍ନି ଟୁ ପରେ ଇଣ୍ଟରମିଡିଏଟ୍‌ ବାଲାଷ୍ଟିକ୍‌ ମିସାଇଲ୍‌ ଅଗ୍ନି-ଥ୍ରୀର ସଫଳ ହେଲା ନାଇଟ୍‌ ଟ୍ରାଏଲ୍‌

ଭଦ୍ରକ(କେନ୍ୟୁଜ୍):   ରାତିରେ ମିସାଇଲ୍‌ ଟେଷ୍ଟ। ମହାକାଶକୁ ଗଲା ଅଗ୍ନୀ କ୍ଷେପଣାସ୍ତ୍ର। ଅଗ୍ନୀ ଟୁ ପରେ ଏବେ ଅଗ୍ନୀ ଥ୍ରୀ ପାଳି। ଅଗ୍ନୀ ଥ୍ରୀ ମିସାଇଲର ପ୍ରଥମ ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଭଦ୍ରକ ଅବଦୁଲ କଲାମ ଦୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ଉତ୍‌କ୍ଷେପଣ କରାଗଲା। ଏଥିପାଇଁ ଡିଆରଡିଓ ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡ ପକ୍ଷରୁ କରାଯାଇଥଥିଲା ପ୍ରସ୍ତୁତି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଇଣ୍ଟରମିଡିଏଟ୍‌ ବାଲାଷ୍ଟିକ୍‌ ମିସାଇଲ୍‌ ଅଗ୍ନି ଥ୍ରୀ। ଏହାର ଲମ୍ବ ୧୭ ମିଟର, ଓସାର ୨ ମିଟର। ଓଜନ ୨୨ ହଜାର କିଲୋଗ୍ରାମ। ଲକ୍ଷ୍ୟଭେଦ କ୍ଷମତା ୩ ହଜାର କିଲୋମିଟର। ୨ ହଜାରରୁ ୨୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି ଥ୍ରୀ କ୍ଷେପଣାସ୍ତ୍ର। ସେକେଣ୍ଡ ପିଛା ଏହାର ବେଗ ୬ କିଲୋମିଟର। ପୂର୍ବରୁ ୨୦୧୫ ଏପ୍ରିଲ ଓ ଶେଷ ଥର ପାଇଁ ୨୦୧୭ ଏପ୍ରିଲରେ ଅଗ୍ନି ଥ୍ରୀର ପରୀକ୍ଷଣ କରାଯାଇଥିଲା। ଗତ ୧୬ ତାରିଖରେ ଅଗ୍ନି ଟୁ ମିସାଇଲ୍‌ର ରାତ୍ରକାଳୀନ ସଫଳ ପରୀକ୍ଷଣ କରାଯାଇଥିଲା। ଅଗ୍ନି ଟୁର ଲକ୍ଷ୍ୟଭେଦ କ୍ଷମତା ଦୁଇ ହଜାର କିଲୋମିଟର ହୋଇଥିବା ବେଳେ ଅଗ୍ନି ଥ୍ରୀ ୩ ହଜାର କିଲୋମିଟର ଭିତରେ ଶତ୍ରୁପକ୍ଷଙ୍କୁ ଆକାଶମାର୍ଗରେ ଟାର୍ଗେଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.