ବ୍ରହ୍ମପୁରର କୋଭିଡ ଯୋଦ୍ଧାଙ୍କ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’କୁ ମିଳିଲା ଆନ୍ତର୍ଜାତିକ ସମ୍ମାନ, ଭିଡିଓ ଦେଖିଲେ ଆଖିରେ ପାଣି ଆସିଯିବ

କେନ୍ୟୁଜ୍(ବ୍ୟୁରୋ):  କୁନି ବୟସର ପିଲାଟିଏ ବୁଲି ବୁଲି ବାଣ୍ଟୁଛି କରୋନା ସଚେତନତାର ବାର୍ତ୍ତ।  ସାଧାସିଧା ନୁହେଁ ସାଇକେଲରେ କିଛି ମାସ୍କ ଝୁଲାଇ ୨୦ ଟଙ୍କାରେ ବିକ୍ରି  କରୁଛି । ଆଉ ଗୋଟିଏ ମନ୍ତ୍ର ଚାରିଆଡେ କହିବୁଲୁଛି ‘ଆପଣଙ୍କ ପରିବାର ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ’। ଏଭଳି ଏକ ଡକ୍ୟୁମେଣ୍ଟାରୀ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯାହା ଅନ୍ତର୍ଜାତୀୟ ସ୍ଥରରେ ସମ୍ମାନ ସାଉଣ୍ଟିଛି । ଏହି କରୋନା ସମୟରେ ସଂକ୍ରମଣକୁ ରୋକିବାକୁ ମାସ୍କର ବ୍ୟବହାର ବାଧ୍ୟତମୂଳକ କରାଯାଇଛି। ତେଣୁ ମାସ୍କର ଆବଶ୍ୟକତାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲାର ଜଣେ କୋଭିଡ୍ ଯୋଦ୍ଧା ତିଆରି କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’କୁ ଆନ୍ତର୍ଜାତିକ ସମ୍ମାନ ମିଳିଛି।

ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା କରୋନା ଯୋଦ୍ଧା ଡ.ଶ୍ୱେତ କୁମାର ଦାସ ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ରଚନା କରିବା ସହ ନିର୍ଦେଶନା ଦେଇଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ରଟି ଚଳିତ ବର୍ଷ ଆର୍ଜେଣ୍ଟିନାରେ ଅନୁଷ୍ଠିତ ହୋଇଥିବା କ୍ୱାରେଣ୍ଟାଇନ ଇମେଜ ଫିଲ୍ମ ଫେଷ୍ଟିଭାଲ-୨୦୨୦ରେ ୩୦୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ମଧ୍ୟରେ ପ୍ରଶଂସିତ ହେବା ସହ କ୍ଷୁଦ୍ର ଚଳଚ୍ଚିତ୍ରକୁ ଇଣ୍ଟରନାସନାଲ ପିପୁଲ ଚଏସ ଆୱାର୍ଡ ମିଳିଛି । ଏହି କ୍ଷୁଦ୍ର ଚଳଚିତ୍ର ‘ମାସ୍କ’ର ନିର୍ଦ୍ଦେଶକ ଡ.ଦାସ ବର୍ତ୍ତମାନ କୋଭିଡ୍ ଡ୍ୟୁଟିରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.