Below header

୧୦ ଦିନ ପରେ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ, ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି

ସମସ୍ତ ମୋବାଇଲ୍‌ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍‌ ଓ ଡାଟା ସର୍ଭିସ ପୁଣି ଥରେ ଆରମ୍ଭ ହୋଇଛି । ସମ୍ବଲପୁର ହିଂସା ପରେ ବନ୍ଦ ଥିଲା ଇଣ୍ଟରନେଟ୍‌ ସେବା । ଗତ ୧୩ ତାରିଖ ସକାଳ ୧୦ଟାରୁ ଜିଲ୍ଲାରେ ବନ୍ଦ ଥିଲା ଇଣ୍ଟରନେଟ୍‌ ସେବା । ବିଭିନ୍ନ ସମୟରେ ଏହାର ଅବଧିକୁ ବୃଦ୍ଧି କରିଥିଲେ ସରକାର ।

ସମ୍ବଲପୁର(କେନ୍ୟୁଜ):  ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ । ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଛି । ସକାଳ ୬ଟାରେ ଆରମ୍ଭ ହୋଇଛି ଇଣ୍ଟରନେଟ୍‌ ସେବା । ହ୍ଵାଟସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ସଚଳ ହୋଇଛି । ସମସ୍ତ ମୋବାଇଲ୍‌ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍‌ ଓ ଡାଟା ସର୍ଭିସ ପୁଣି ଥରେ ଆରମ୍ଭ ହୋଇଛି । ସମ୍ବଲପୁର ହିଂସା ପରେ ବନ୍ଦ ଥିଲା ଇଣ୍ଟରନେଟ୍‌ ସେବା ।

ଗତ ୧୩ ତାରିଖ ସକାଳ ୧୦ଟାରୁ ଜିଲ୍ଲାରେ ବନ୍ଦ ଥିଲା ଇଣ୍ଟରନେଟ୍‌ ସେବା । ବିଭିନ୍ନ ସମୟରେ ଏହାର ଅବଧିକୁ ବୃଦ୍ଧି କରିଥିଲେ ସରକାର । ଏବେ ସମ୍ବଲପୁର ସହରକୁ ଶାନ୍ତି ଫେରିଥିବା ବେଳେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଫଳରେ ଇଣ୍ଟରନେଟ୍‌ କଟକଣାକୁ ଉଠାଇଛନ୍ତି ସରକାର । ସେହିପରି କର୍ଫ୍ୟୁ କଟକଣାକୁ ଆଉ ଘଣ୍ଟାଏ କୋହଳ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ସକାଳ ୫ଟାରୁ ରାତି ୮ ଯାଏ କଟକଣା କୋହଳ ହୋଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.