Below header

ବିଜୁ ଜନତା ଦଳର ତିନି ମହଲା ବିଶିଷ୍ଟ ନୂଆ ଅଫିସକୁ ଆଜି ଉଦ୍‌ଘାଟନ କରିବେ ବିଜେଡି ସୁପ୍ରିମୋ: କୋଠାରେ ଫୁଟିଛି ଓଡ଼ିଆ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଛାପ

ଲାଇଟ୍‌ ଓ ବେଲୁନରେ ଝଲସୁଛି । ଭୁବନେଶ୍ୱର ୟୁନିଟ-୬ରେ ନିର୍ମିତ ବିଜୁ ଜନତା ଦଳର ତିନି ମହଲା ବିଶିଷ୍ଟ ନୂଆ ଅଫିସ ଚମକୁଛି । ଆଜି ଏହାକୁ ଉଦ୍‌ଘାଟନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟର ପ୍ରଥମ ମହଲାରେ ଦଳୀୟ ସଙ୍କେତ ଶଙ୍ଖର ବିରାଟ ପ୍ରତିକୃତି ।

କେନ୍ୟୁଜ(ବ୍ୟୁରୋ):ସଜେଇ ହୋଇଛି ଶଙ୍ଖ ଭବନ । ରାଜଧାନୀର ଏୟାରପୋର୍ଟ ଛକରୁ ଏଜି ଛକ ଯାଏ ରାସ୍ତା ପାର୍ଶ୍ୱରେ ଲାଗିଛି ହୋର୍ଡିଂ । ଲାଇଟ୍‌ ଓ ବେଲୁନରେ ଝଲସୁଛି । ଭୁବନେଶ୍ୱର ୟୁନିଟ-୬ରେ ନିର୍ମିତ ବିଜୁ ଜନତା ଦଳର ତିନି ମହଲା ବିଶିଷ୍ଟ ନୂଆ ଅଫିସ ଚମକୁଛି । ଆଜି ଏହାକୁ ଉଦ୍‌ଘାଟନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟର ପ୍ରଥମ ମହଲାରେ ଦଳୀୟ ସଙ୍କେତ ଶଙ୍ଖର ବିରାଟ ପ୍ରତିକୃତି । କୋଠାରେ ଫୁଟିଛି ଓଡ଼ିଆ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଛାପ । ବେସମେଣ୍ଟରେ ବିଶାଳ ପାର୍କିଂ ସ୍ଥାନ । ନୂଆ ଅଫିସର ପ୍ରଥମ ମହଲାରେ ଏକ ବିରାଟ ହଲ୍‌ । ଏଥିରେ ପ୍ରାୟ ୨ ହଜାର ଲୋକ ବସି ପାରିବେ । ପ୍ରଥମ ମହଲାରେ ରହିଛି ପ୍ରେସ କନଫେରେନ୍ସ ହଲ୍‌ ଓ ୨୫୦ ଆସନ ବିଶିଷ୍ଟ ଗୋଟିଏ ଅଡିଟୋରିୟମ । ଦ୍ୱିତୀୟ ମହଲାରେ ଛାମୁଆ ସଙ୍ଗଠନ ସଭାପତି ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍‌ ମଧ୍ୟ ଏଠାରେ କାମ କରିବ। ତୃତୀୟ ମହଲାରେ ଦଳ ସୁପ୍ରିମୋଙ୍କ ଦପ୍ତର ରହିଛି।

 ବିଜେଡି କେବଳ ଏକ ରାଜନୈତିକ ଦଳ ନୁହେଁ ଏକ ସାମୂହିକ ଆନ୍ଦୋଳନରେ ପରିଣତ ହୋଇଛି। ରକ୍ତଦାନ ଠାରୁ ଆରମ୍ଭ କରି ଓଡ଼ିଶା ମୋ ପରିବାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ । ଏଭିତରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଛି। ଦଳର ଟାର୍ଗେଟ ଦେଢ଼ କୋଟି ସଭ୍ୟ । ଥରେ କି ଦୁଇଥର ନୁହେଁ ଲଗାତାର ପାଞ୍ଚ ପାଞ୍ଚ ଥର ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରି ଆସିଛନ୍ତି ଓଡ଼ିଶାବାସୀ। ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ରାଜ୍ୟବାସୀଙ୍କ ଅତୁଟ ଭରସା ରହିଛି। ଆଗକୁ ୨୦୨୪ ନିର୍ବାଚନ । ଏହାପୂର୍ବରୁ ସୋସିଆଲ ମିଡିଆରେ ଶଙ୍ଖ ମୋ ଗର୍ବ କ୍ୟାମ୍ପେନ ଆରମ୍ଭ କରିଥିଲା ବିଜେଡି । ଆଉ ଏବେ ଶଙ୍ଖ ଭବନର ଲୋକାର୍ପଣ କର୍ମୀ ଓ ନେତାଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିବାକୁ ଯାଉଛି।୨୦୨୧ ମସିହାରେ ଶଙ୍ଖ ଭବନର ଶିଳାନ୍ୟାସ ହୋଇଥିଲା । ପ୍ରାୟ ଦୁଇବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ସରିଛି । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.