Below header

ପୋଲ ତଳେ ପଡି ଆଇଆରବି ଯବାନଙ୍କ ମୃତ୍ୟୁ

ଧର୍ମଗଡ: ପୋଲରେ ତଳେ ପଡି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ- କେନ୍ଦୁପାଟି ରାସ୍ତାରେ ଥିବା ଏକ ପୋଲ ତଳେ ପଡି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ ଜାରିଙ୍ଗ ସ୍ଥିତ ନବମ ଆଇଆରବି ଯବାନ ବିଶ୍ୱଜିତ ମଙ୍ଗରାଜ ଗତକାଲି ରାତିରେ ନିଜ ଗାଁକୁ ଯାଉଥିଲେ । ଜୁନାଗଡ଼ ବ୍ଲକ ନାନ୍ଦୋଳ–କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳେ ଭାରସାମ୍ୟ ହରାଇ ପଡିଯାଇଥିଲେ ।

ରାତି ସମୟ ହୋଇଥିବା ଯୋଗୁଁ କେହି ଜାଣିବାକୁ ପାଇ ନ ଥିଲେ କି ଉଦ୍ଧାର ମଧ୍ୟ କରି ପାରି ନ ଥିଲେ । ପୋଲ ତଳେ ଯାଇଥିବା ନାଳରେ ପାଣି ଥିବା ଯୋଗୁଁ ଘଟଣା ସ୍ଥଳରେ ବିଶ୍ୱଜିତଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ମୃତଦେହ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ଏହାପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.