ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ, ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି ।ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷିୟ ପୁରୁଷ। ସେ ବିଭିନ୍ନ ରୋଗରେ ପୀଡିତ ଥିଲେ ।

ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ ହେୋାଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ୬୩୫୦ ଛୁଇଁଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ କେସ୍ ୨୭ ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.