ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ, ୬୩୫୦ ଛୁଇଁଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ଯରେ ୬୩୫୦ ଛୁଇଁଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ କେସ୍ ୨୭ ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

total case ୧୭୦ କରୋନା ପଜିଟିଭଙ୍କ ଭିତରୁ ନବରଙ୍ଗପୁରରୁ ୧୯, ରାୟଗଡାରୁ ୧୬, ଖୋର୍ଦ୍ଧାରୁ ୧୯, ଗଞ୍ଜାମରୁ ୫୮, ଯାଜପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡରୁ ୩, ଗଜପତିରୁ ୧୬, ବରଗଡରୁ ୧, କେନ୍ଦ୍ରାପଡାରୁ ୬, ସମ୍ବଲପୁରରୁ ୨ ଓ କୋରାପୁରରୁ ୧ ଚିହ୍ନଟ ହୋଇଛନ୍ତି । ଏହାସହ ଏନଡିଆରଏଫ୍ ର ଜଣେ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

covid

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.