DN ହୋମ୍ସରେ ଦ୍ୱିତୀୟ ଦିନରେ IT ରେଡ୍‌ : ମିଳିଲା ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ ରସିଦ

ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍‌ ହୋମ୍‌ସରେ ଦ୍ୱିତୀୟ ଦିନରେ ଚଢ଼ାଉ ଜାରି। ୧୦୦ କୋଟିରୁ ଅଧିକ ଟଙ୍କାର ମିଳିଲା କ୍ୟାସ୍‌ ରିସପିଟ୍‌। ରିସପିଟ୍‌ ଗୁଡିକ ଗଣା ଚାଲିଥିବା ବେଳେ, ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡିଏନ୍‌ ହୋମ୍‌ସରେ ଚଢ଼ାଉ ଘଟଣାରେ ଇଡି କରିପାରେ ତଦନ୍ତ।

ଭୁବନେଶ୍ୱର (କେନ୍ୟୁଜ): ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍‌ ହୋମ୍‌ସରେ ଦ୍ୱିତୀୟ ଦିନରେ ଚଢ଼ାଉ ଜାରି। ମିଳିଲା କୋଟି କୋଟି ଟଙ୍କାର ଫେକ୍‌ ନୋଟ୍‌। ଫେକ ନୋଟକୁ ନେଇ ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ । ଏକ୍ସପର୍ଟ ମାନେ ପହଁଚି ଏହି ଫେକ୍‌ ନୋଟକୁ ଚିହ୍ନଟ କରିଛନ୍ତି। ଟଙ୍କାଗଣା ମେସିନ ସାହାଯ୍ୟରେ ଗଣା ଚାଲିଛି ଫେକ୍‌ ନୋଟ୍‌ । ୧୦୦ କୋଟିରୁ ଅଧିକ ଟଙ୍କାର ମିଳିଲା କ୍ୟାସ୍‌ ରିସପିଟ୍‌। ରିସପିଟ୍‌ ଗୁଡିକ ଗଣା ଚାଲିଥିବା ବେଳେ, ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡିଏନ୍‌ ହୋମ୍‌ସରେ ଚଢ଼ାଉ ଘଟଣାରେ ଇଡି କରିପାରେ ତଦନ୍ତ। ଏତେ ଟଙ୍କା କେଉଁଠୁ ଆସିଲା, କାହା ଟଙ୍କା ଏନେଇ ଚାଲିଛି ଖୋଳତାଡ। ଆର୍ଥିକ କାରବାର ନେଇ ଇଡି ଖୋଳତାଡ କରିବା ନେଇ ସୂଚନା ରହିଛି।

ଗତକାଲି ଭୁବନେଶ୍ୱର ୟୁନିଟ୍‌-୪ ସମେତ ୨୦ଟି ସ୍ଥାନରେ ରେଡ୍‌ ହୋଇଥିଲା। ଚଢ଼ାଉରେ ସାମିଲ ହୋଇଥିଲେ ୭ ଜଣିଆ ଟିମ୍‌ । ବିଏସଏନଏଲ୍‌ କଲୋନୀରେ ରେଡ୍‌ ବେଳେ ବିପୁଳ ନଗଦ ଟଙ୍କା ଜବତ କରାଯାଇଥିଲା। ଜଣେ କର୍ମଚାରୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହୋଇଥିଲା। ସେହିପରି ଗତକାଲି ନୟାପଲ୍ଲୀର ଆଇଆରସି ଭିଲେଜରେ ଥିବା ଡିଏନ୍‌ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟାଳୟ ସମେତ ଅଧିକାରୀଙ୍କ ଘର ଓ ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିଲା।

You might also like