Below header

ପାଇଖାନା ପାଇପ୍‌ ଭିତରୁ ଜବତ ହେଲା ହାତୀଦାନ୍ତ, ଲୁଚାଇ ରଖିଥିଲେ ଦୁର୍ବୃତ୍ତ

ଭଂଜନଗର(କେନ୍ୟୁଜ୍): ପାଇଖାନା ପାଇପ୍‌ ଭିତରେ ଲୁଚାଇ ରଖିଥିଲେ ହାତୀଦାନ୍ତ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ଚଢ଼ାଉ କରିଥିଲା ବନବିଭାଗ । ଗଂଜାମ ଜିଲ୍ଲା ଭଂଜନଗର ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ କନ୍ଧନୂଆଁପଲ୍ଲୀ ଗାଁ ନିକଟ କାଜୁ ବଗିଚାରୁ ଗତ ୨୦ ତାରିଖରେ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା ।

ମୃତ ଦନ୍ତାହାତୀର ଗୋଟିଏ ଦାନ୍ତ କୁ କାଟି ନେଇଥିଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ପୂର୍ବରୁ ଘଟଣାରେ ସଂପୃକ୍ତ ଜଣକୁ ଗିରଫ କରାଯାଇଥିଲା । ଆଉ ଏକ ଅଭିଯୁକ୍ତକୁ ଶନିବାର ଦିନ ଗିରଫ କରିଛି ବନବିଭାଗ ।ଏହା ସହ ଲୁଟ ହାତୀଦାନ୍ତ ମଧ୍ୟ ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତ ବୁଗୁଡ଼ା ଥାନା ଅନ୍ତର୍ଗତ ଶଙ୍କୁରୁ ଗାଁର ନଣ୍ଡା ସ୍ୱାଇଁ । ହାତୀ ମୃତ୍ୟୁର କାରଣ ବନବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନଥିବା ବେଳେ ହାତୀ ମୃତ୍ୟୁ ଘଟଣାରେ ମୋଟ୍‌ ୨ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.