ବିଗିଡିଗଲା ଉର୍ଫି ଜାଭେଦଙ୍କ ସ୍ୱାସ୍ଥ୍ୟବସ୍ଥା, ହସପିଟାଲରେ ହେଲେ ଆଡମିଟ୍‌

ଅତରଙ୍ଗୀ ଡ୍ରେସ ଫ୍ୟାଶନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ସବୁବେଳେ ଦର୍ଶକଙ୍କୁ ମନୋରଂଜନର ଖୁରାକ ଯୋଗାଇ ଦିଅନ୍ତି। ହେଲେ ଉର୍ଫିଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ଅସିଛି। ଉର୍ଫିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହଠାତ୍‌ ଦେହ ଖରାପ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁସାରେ, ଗତ ଦୁଇ ତିନି ଦିନ ହେଲାଣି ଉର୍ଫିଙ୍କର ବାନ୍ତି ହେଉଛି। ଜ୍ୱରର ମାତ୍ରା ଅଧିକ ରହିଛି। ଏହା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ ହସପିଟାଲରେ ଆଡମିଟ୍‌ କରାଯାଇଛି। ତେବେ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଛି। କରୋନା ହୋଇଥାଇ ପାରେ ବୋଲି ଡାକ୍ତର ଅନୁମାନ କରୁଛନ୍ତି।

ନିକଟରେ ଉର୍ଫି ଏକ ହଳଦିଆ ରଙ୍ଗର ଡ୍ରେସ ପିନ୍ଧି ସାମ୍ନାକୁ ଆସିଥିଲେ। ଯାହା ପରେ ଟିଭି ଅଭିନେତ୍ରୀ ଚାହତ ଖାନ ଏକ ଲମ୍ବା ପୋଷ୍ଟ ଲେଖିଥିଲେ। ଏହାର ଉତ୍ତର ଦେଇ ଉର୍ଫି ଚାହାତଙ୍କ ବ୍ୟକ୍ତିଗତ ଜୀବନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଚାହାତ ଖାନଙ୍କ ଦୁଇ ଦୁଇଟି ଛାଡପତ୍ର କଥା ଉଠାଇଛନ୍ତି ଉର୍ଫି।

 

View this post on Instagram

 

A post shared by Instant Bollywood (@instantbollywood)

ଅନ୍ୟପଟେ ଉର୍ଫିଙ୍କ ଡ୍ରେସିଂ ଷ୍ଟାଇଲକୁ ବହୁତ ପ୍ରଶଂସା କରିଛନ୍ତି ଡିଜାଇନର ମସାବା ଗୁପ୍ତା। ସେ ରଣବୀର ଏବଂ ଉର୍ଫିଙ୍କୁ ଫ୍ୟାଶନ ଆଇକନ ବୋଲି କହିଛନ୍ତି। ଏହାଛଡା ରିଆଲିଟି ଟିଭି ଶୋ’ ବିଗ୍ ବସ୍ ସିଜନ୍ ୧୬ କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ପୂର୍ବରୁ କୁହାଯାଉଥିଲା ଚଳିତ ବର୍ଷ ଉର୍ଫି ଜାଭେଦ୍ ବିଗ୍ ବସ୍ ସିଜନ୍ ୧୬ ର ଅଂଶ ହୋଇପାରନ୍ତି। କିନ୍ତୁ ବର୍ତ୍ତମାନ ଉର୍ଫି ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ନିକଟରେ ପାପାରାଜିଙ୍କ ସହ ବାର୍ତ୍ତାଳାପରେ ଉର୍ଫି କହିଛନ୍ତି, ‘ମୁଁ ଏପର୍ଯ୍ୟନ୍ତ କୌଣସି ଅଫର ପାଇ ନାହିଁ। ସତ କହିବାକୁ ଗଲେ, ମୋତେ ଏପର୍ଯ୍ୟନ୍ତ କୌଣସି ଅଫର ମିଳି ନାହିଁ।

 

View this post on Instagram

 

A post shared by urf7i (@urfi_collection_)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.