ଚତୁର୍ଥ ଟି-୨୦ ମ୍ୟାଚ୍‌ ଜିତି ସିରିଜ କବଜା କଲା ଟିମ୍‌ ଇଣ୍ଡିଆ, ଆଜି ଖେଳାଯିବ ଶେଷ ମ୍ୟାଚ

ଟିମ୍‌ ଇଣ୍ଡିଆ ଚତୁର୍ଥ ଟି-୨୦ ମ୍ୟାଚକୁ ୫୯ ରନରେ ଜିତିନେଇଛି। ଏହି ମ୍ୟାଚ ଜିତି ୫ଟିକିଆ ଟି-୨୦ ମ୍ୟାଚ୍‌ ସିରିଜକୁ ନିଜ ନାମରେ କରିଛି। ଟିମ୍‌ ଇଣ୍ଡିଆ ସିରିଜରେ ୩-୧ରେ ଆଗୁଆ ରହିଛି। ସିରିଜର ଶେଷ ମ୍ୟାଚ ଆଜି ଫ୍ଲୋରିଡାରେ ଖେଳାଯିବ। ଚତୁର୍ଥ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ବିନିମୟରେ ୧୯୧ ରନ୍ କରିଥିଲା । ଜବାବରେ ୱେଷ୍ଟ ଇଣ୍ଡିଜ୍ ୧୯.୧ ଓଭରରେ ୧୩୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଅଭେଶ ଖାନ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ଏହି ମ୍ୟାଚରେ ଟସ୍ ଜିତି ୱେଷ୍ଟ ଇଣ୍ଡିଜ୍ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଟିମ୍‌ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ଆରମ୍ଭ କରିଥିଲେ । ଉଭୟ ପ୍ରଥମରୁ ଖେଳି ୫୩ ରନର ଭାଗିଦାରୀ କରିଥିଲେ । ୫ମ ଓଭରରେ ରୋହିତଙ୍କୁ ଆଉଟ୍ ହୋଇଥିଲେ। ରୋହିତ ୧୬ଟି ବଲରୁ ୨ଚୌକା ଓ ୩ଛକା ବଳରେ ୩୩ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ୧୪ଟି ବଲରୁ ୨୪(୧ଚୌକା, ୨ଛକା) ରନ୍ କରିଥିବା ବେଳେ ଅଲ୍ଜାରୀ ଜୋଶେଫଙ୍କ ଶିକାର ସାଜିଥିଲେ ।

ଏହାପରେ ଦୀପକ ହୁଡ଼ା ଓ ରିଷଭ ପନ୍ତ ସତର୍କତାର ସହ ବ୍ୟାଟିଂ କରି ୪୭ ରନର ଭାଗିଦାରିତା କରିଥିଲେ। ଦୀପକ ହୁଡ଼ା ବ୍ୟକ୍ତିଗତ ୨୧ ରନ୍ କରି ପାଭିଲିୟନ ଫେରିଥିଲେ । ପନ୍ତଙ୍କ ସହ ସଞ୍ଜୁ ସାମସନ କ୍ରିଜରେ ଯୋଗ ଦେଇ ଟିମ୍‌ର ସ୍କୋରକୁ ୧୪୬ରେ ପହଞ୍ଚାଇଥିଲେ । ପନ୍ତ ୪୪(୬ଚୌକା) ରନ୍ କରି ଆଉଟ୍ ହେବା ପରେ ପରେ ଦଳ ଦିନେଶ କାର୍ତ୍ତିକ(୬) ଙ୍କ ୱିକେଟ୍ ହରାଇଥିଲା । ସାମସନ ୨୩ଟି ବଲରୁ ୩୦(୨ଚୌକା, ୧ଛକା) ଓ ପଟେଲ ୮ଟି ବଲରୁ ୨୦(୧ଚୌକା, ୨ଛକା) ରନ୍ କରିଥିଲେ । ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ଓବେଡ ମ୍ୟାକୟ ଓ ଅଲଜାରୀ ଜୋଶେଫ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଜବାବରେ ୱେଷ୍ଟ ଇଣ୍ଡିଜ୍ ୧୮ ରନରେ ପ୍ରଥମ ୱିକେଟ୍ ହରାଇଥିଲା । ୱେଷ୍ଟ ଇଣ୍ଡିଜ୍ ୱିକେଟ୍ ହରାଇ ୧୯.୧ ଓଭରରେ ୧୩୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ୍ ପୂରନ ୨୪, ରୋଭମାନ ପାୱେଲ୍ ୨୪, ସିମରନ ହେତମେୟର ୧୯, ଜାସନ ହୋଲ୍ଡର ୧୩, କେଲି ମେୟର୍ସ ୧୪ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ୱିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.