Below header

ଟନେଲରେ ଫଶିରହିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌

କୋରାପୁଟ(କେନ୍ଯୁଜ୍) : ଟନେଲରେ ଫଶି ରହିଲା ଟ୍ରେନ୍‌ । କୋରାପୁଟ ଟିକିରି ରାଉଳିଠାରେ ୮ ନମ୍ବର ଟନେଲ ଭିତରେ ଫଶି ରହିଥିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ । ଟନେଲ ଭିତରେ ଅଧରାତିରେ ୫ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା । ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଗତକାଲି ରାତି ୮ଟା ୩୫ରୁ ରାତି ସାଢେ ଗୋଟାଏ ପର୍ଯ୍ଯନ୍ତ ଫଶି ରହିଥିଲା ।

train11 ଟନେଲ ଭିତରେ ଦୀର୍ଘ ଘଣ୍ଟା ଫଶି ରହିଥିବାରୁ ଯାତ୍ରୀମାନେ ଅଣନିଶ୍ୱାସୀ ହୋଇଥିବା ଅଭିଯୋଗ ହୋଇଛି । ତେବେ ଓଏଚ୍‌ଇର ତ୍ରୁଟି ଯୋଗୁ ଏପରି ହୋଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଟ୍ରେନ୍‌ଟି ୬ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.