ବାବା ରାମପାଲଙ୍କୁ ଆଜୀବନ ଜେଲ୍‌, ୪ମହିଳା, ଜଣେ ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ

ହରିଆଣା(କେନ୍ଯୁଜ୍) : ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ ଜେଲ୍‌। ହିସାର କୋର୍ଟ ଶୁଣାଇଛନ୍ତି ଆଜୀବନ କାରାଦଣ୍ଡ। ୪ମହିଳା, ଜଣେ ଶିଶୁକନ୍ୟାକୁ ହତ୍ୟା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଛି। ହରିଆଣା ହିସାରରେ ୨୦୧୪ରେ ଘଟିଥିବା ହିଂସାକାଣ୍ଡ ଓ ହତ୍ୟା ମାମଲାରେ ରାମପାଲଙ୍କ ସମେତ ୧୪ ଜଣ ସମର୍ଥକ ଓ ଅନ୍ୟ ଏକ ମାମଲାରେ ରାମପାଲଙ୍କ ସମେତ ୧୩ ସହଯୋଗୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

rampal୨୦୧୪ ମସିହାରେ ରାମପାଲଙ୍କ ହିସାର ଆଶ୍ରମରେ ହିଂସାକାଣ୍ଡ ହୋଇଥିଲା । ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ରାମପାଲଙ୍କ ସମର୍ଥକ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ହିଂସାକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ଏକ ମାମଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଇଟି ମାମଲାରେ ରାମପାଲ ଓ ତାଙ୍କ କିଛି ସମର୍ଥକଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.