Below header

ପାଇଖାନା ପାଇପ ଚଢି ଜେଲ ପାଚେରୀ ଡେଇଁ ବିଚାରାଧୀନ କଏଦୀର ଫେରାର ଉଦ୍ୟମ, ମାଡି ବସିଲେ ସୁରକ୍ଷାକର୍ମୀ

ଭଦ୍ରକ(କେନ୍ୟୁଜ୍): ଜେଲରୁ ବିଚାରାଧୀନ କଏଦୀର ଫେରାର ଉଦ୍ୟମ । ପାଇଖାନା ଟାଙ୍କି ପାଇପ ଚଢି ପାଚେରୀ ଡେଇଁ ଖସିଯାଉଥିଲା । ଅଧାବାଟରେ ମାଡ଼ି ବସିଲେ ଜେଲ ସୁରକ୍ଷାକର୍ମୀ । ସିସିଟିଭିରେ କଏଦ ହୋଇଛି ଭିଡିଓ । ଆଜି ଭଦ୍ରକ ସ୍ୱତନ୍ତ୍ର ଉପ କାରାଗାରରୁ ଜଣେ କଏଦୀ ଫେରାର ହେବାକୁ ଉଦ୍ୟମ କରିଥିଲା।

ପୀରାହାଟ ଥାନା ଅଧିନ ଅକ୍ଷୟ ମଲ୍ଲିକ ଅକ୍ଟୋବରରେ ଗିରଫ ପରେ ଜେଲ ହୋଇଥିଲା। ଆଜି କିନ୍ତୁ ଅକ୍ଷୟ ଦିନ ଦ୍ୱିପ୍ରହରରେ ହଠାତ ପାଇଖାନା କାନ୍ଥ ଚଢି ଜେଲ ପାଚେରୀ ଡେଇଁ ଫେରାର ଉଦ୍ୟମ କରିଥିଲା। ଜେଲ ସୁରକ୍ଷାକର୍ମୀ ତାକୁ ଧରିବା ପାଇଁ ଗୋଡ଼ାଇଥିଲେ । ଜେଲ ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ସୁଭଦ୍ରା ଲୁଗା ଦୋକାନ ସମ୍ମୁଖରେ ଥିବା ଅଟୋ ଭିତରେ ଲୁଚି ଥିବା ବେଳେ ଦୋକାନୀ କର୍ମଚାରୀ ଓ ଜେଲ କର୍ମଚାରୀମାନେ ମିଶି ତାକୁ ଧରିଥିଲେ । ଅକ୍ଷୟ ମଲ୍ଲିକକୁ କାବୁ କରି ପୁଣି ଜେଲକୁ ନିଆଯାଇଛି । ଏହି ଘଟଣା ନେଇ ଜେଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.