ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଉଠାଇ ନେଲା ପୋଲିସ, ଜାଣନ୍ତୁ ପୂରା ମାମଲା

ଧାନବାଦ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ । ସୋସିଆଲ ମିଡ଼ିଆରେ ଆସିଛି ଏହି ହତ୍ୟା ଧମକ । କେବଳ ଯୋଗୀ ଆଦିତ୍ୟନାଥ ନୁହଁନ୍ତି ତାଙ୍କ ସହ ଅନ୍ୟ କେତେକ ନେତାଙ୍କୁ ମଧ୍ୟ ଏହି ଅରାଜକ ତତ୍ତ୍ୱ ଠାରୁ ହତ୍ୟା ଧମକ ମିଳିସାରିଛି । ଏହା ପୂର୍ବରୁ ମଧ୍ୟ ଆଦିତ୍ୟନାଥଙ୍କ ହତ୍ୟା ଧମକ ମିଳିଥିଲା ।

ଏହି ଧମକ ମିଳିବା ପରେ ପୋଲିସ ଧାନବାଦ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ପଶ୍ଚିମବଙ୍ଗ ରାଣିଗଞ୍ଜରୁ ଜଣେ ବ୍ୟକ୍ତିକୁ ଗିରଫ କରି ଲକ୍ଷ୍ନୌ ଆଣିଛି । ଏହି ବ୍ୟକ୍ତି ରାଣୀଗଞ୍ଜରେ ରହି ଟ୍ଵିଟର ଯୋଗେ ମୁଖ୍ୟମନ୍ତ୍ର ଆଦିତ୍ୟନାଥଙ୍କୁ ଖରାପ ଶବ୍ଦ କହିବା ସହ ହତ୍ୟା ଧମକ ଦେଇଥିଲା ।

ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ମହମ୍ମଦ ନୌସାଦ ରାସ୍ତା କଡ଼ରେ ବସି ମଟର ବିକିଥାଏ । ଅଭିଯୁକ୍ତକୁ ପୋଲିସ ନିକଟସ୍ଥ ଆସାନସୋଲ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଲକ୍ଷ୍ନୌ ଆଣିଥିବା ଜଣାଯାଇଛି ।
ଅଭିଯୁକ୍ତ ଜଣକ ଟ୍ଵିଟର ବ୍ୟବହାର କରୁଥିବାରୁ ଏହି ମାମଲାରେ ଗଭୀର ଷଡଯନ୍ତ୍ର ରହିଥିବା ପୋଲିସ ଆଶଙ୍କା କରୁଛି ।

ଅଭିଯୁକ୍ତ ନୌସାଦ ଟ୍ଵିଟର ବ୍ୟବହାର କରି ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲା । ଘଟଣାକୁ ଗମ୍ଭୀରତାର ସହ ନେଇ ୟୁପି ପୋଲିସ ଟ୍ଵିଟର କମ୍ପାନୀକୁ ଅଭିଯୁକ୍ତର ଡିଟେଲ ଯାଞ୍ଚ କରିବା ପରେ ନୌସାଦକୁ ଗିରଫ କରିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.