ବଣ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ଏହି ସ୍ବୟଂଶାସିତ ମହାବିଦ୍ୟାଳୟ, କ୍ଲାସ୍ ରୁମରେ ଥୁଆ ହୋଇଛି ମଦ ବୋତଲ

ଯାଜପୁର ଟାଉନ(କେନ୍ଯୁଜ୍): କ୍ଲାସ୍ ରୁମରେ ଥୁଆ ହୋଇଛି ମଦ ବୋତଲ। ଆଉ ଏପଟେ ଚାଲିଛି ପାଠପଢା। ଆଜ୍ଞା ଇଏ ଏମିତି ସେମିତି କ୍ଲାସ୍ ରୁମ୍ ନୁହେଁ ସ୍ବୟଂଶାସିତ ମହାବିଦ୍ୟାଳୟର କ୍ଲାସ ରୁମ୍। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଆରମ୍ଭ ହୋଇଛି ସ୍ମାର୍ଟ ସ୍କୁଲର ବ୍ୟବସ୍ଥା। କିନ୍ତୁ ଏପଟେ ଦେଖିବାକୁ ମିଳୁଛି ଏଭଳି ଅଭାବନୀୟ ଘଟଣା। ଯାଜପୁର ଜିଲ୍ଲାର ଏକ ମାତ୍ର ସରକାରୀ ସ୍ବୟଂଶାସିତ ନରସିଂହ ଚୌଧୁରୀ ମହାବିଦ୍ୟାଳୟ।
ଖାଲି ଏତିକି ନୁହେଁ କାନ୍ଥ ବାଡ଼ରେ ଏମିତି ଗଛ ଲତା ମାଡି ଯାଇଛି ଯେ ବଣ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଖୋଦ କଲେଜ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଏବେ ଭୂତ କୋଠିରେ ପରିଣତ ହୋଇଛି। ଅବ୍ଯବସ୍ଥାରେ ଯାଜପୁରରେ ଶିକ୍ଷା ବ୍ୟବସ୍ଥା। କ୍ଲାସ ରୁମ୍ ରେ ବିଦେଶୀ ମଦ ବୋତଲ ଗଡୁଛି ସତ ହେଲେ ସଫା କରିବାକୁ କେହି ନାହାନ୍ତି। ତଥାପି କ୍ଲାସରେ ଜାରି ରହିଛି ପାଠ ପଢା। ଖାଲି ଏତିକି ନୁହେଁ ଯୁଆଡେ ଦେଖିବ ଗଛ ଲତା ରେ ଭର୍ତି ହୋଇଯାଇଛି ପୁରା କ୍ୟାମ୍ପସ। ଶିକ୍ଷା ର ବିକାଶ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। କେବଳ କ୍ୟାମ୍ପସ ରେ କୋଠା ବାଡ଼ି ନିର୍ମାଣରେ ସୀମିତ। କଲେଜରେ ଶୈକ୍ଷିକ ପରିବେଶ ସମ୍ପୂର୍ଣ୍ଣ ଧ୍ବଂସ ହୋଇଥିବା ପରେ ମନେ ହେଉଛି। ଭଙ୍ଗା ବେଞ୍ଚ,ଫ୍ୟାନ ସହିତ ଟଏଲେଟରେ ପାଣି ମଧ୍ୟ ନାହିଁ। ଏଭଳି ନିତିଦିନିଆ ଦୃଶ୍ୟ ନରସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଦେଖିବାକୁ ମିଳୁଛି।
ଯାଜପୁର ଜିଲ୍ଲାର ଏହି ସର୍ବପୁରାତନ ଏନସି କଲେଜରୁ ଅଗଣିତ ଛାତ୍ର ଛାତ୍ରୀ ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଯାହାଙ୍କର ଉଦ୍ୟମରେ ଏହି କଲେଜ ପ୍ରତିଷ୍ଠା ହୋଇପାରିଥିଲା ସେହି ପ୍ରତିଷ୍ଠାତା ନରସିଂହ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଏବେ ଅସୁକ୍ଷିତ ଅବସ୍ଥାରେ। ଏଥିସହିତ କଲେଜ ରେ ନାନା ସମସ୍ୟା ଲାଗି ରହିଥିଲେ ମଧ୍ୟ ସମସ୍ୟା ପ୍ରତି କଲେଜ କର୍ତ୍ତୃପକ୍ଷ ସତେ ଯେମିତି ଆଖି ବୁଜି ଦେଇଛନ୍ତି। କଲେଜରେ ନାନା ଅବ୍ୟବସ୍ଥା ନେଇ ସମାଲୋଚନା କରିଛନ୍ତି ପୁରାତନ ଛାତ୍ର। ସେପଟେ କଲେଜ କ୍ୟାମ୍ପସ କାମ ଜାରି ରହିଛି, ବିଭିନ୍ନ ସ୍ଥାନରେ ଖୋଲା ଥିବାରୁ ଅସାମାଜିକ ଲୋକଙ୍କ ଆଡ୍ଡା ପାଲଟିଥିବା କଥା କୁ ସ୍ୱୀକାର କରିଛନ୍ତି କଲେଜ ଅଧ୍ୟକ୍ଷ। କାମ ଶେଷ ହେବା ପରେ ସବୁ ସମସ୍ୟା ର ସମାଧାନ ହୋଇଯିବ ବୋଲି ମଧ୍ୟ ସେ ମତ ରଖିଛନ୍ତି।
ଜିଲ୍ଲାର ସର୍ବପୁରାତନ କଲେଜର ଭିତିରି ଚିତ୍ର ଯଦି ଏମିତି ତେବେ ଜିଲ୍ଲାରେ ଅନ୍ୟ କଲେଜରେ ପରିସ୍ଥିତି କିପରି ଥିବ ତାହା ଅନୁମାନ କରନ୍ତୁ । ଏଦିଗରେ କଲେଜ କର୍ତ୍ତୁପକ୍ଷ ତୁରନ୍ତ ପଦକ୍ଷପ ନେବାକୁ ଦାବି ହୋଇଛି।
ଯାଜପୁର ଟାଉନରୁ ଦେବାଶିଷ ସାହୁ, କେନ୍ଯୁଜ୍