ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ପାକିସ୍ତାନ ସରକାର କଲେ ବଡ ଘୋଷଣା : ଆଗାମୀ ବର୍ଷ ପାଇଁ କରନ୍ତୁ ପ୍ଲାନିଙ୍ଗ

ଭାରତ ହେଉଛି ଏକ ଏମିତି ଦେଶ ଯେଉଁଠି ପ୍ରାୟ ସବୁ ଦେଶର ଲୋକେ ବସବାସ କରନ୍ତି । ସେଥିପାଇଁ ତ ଆମ ଭାରତକୁ ଧର୍ମ ନରପେକ୍ଷ ଦେଶ ବୋଲି କୁହାଯାଏ । ଭାରତରେ ସବୁ ଧର୍ମ ର ଦେବାଦେବାଙ୍କର ମନ୍ଦିର ସବୁ ମଧ୍ୟ ରହିଛି । କିନ୍ତୁ ଆପଣ ଜାଣନ୍ତି କି ମୁସଲମାନଙ୍କ ଦେଶ କୁହାଯାଉଥିବା ପାକିସ୍ତାନରେ ମଧ୍ୟ ଅନେକ ହିନ୍ଦୁ ପ୍ରାଚୀନ ମନ୍ଦିର ସବୁ ମଧ୍ୟ ରହିଛି । ତେଣୁ ସବୁଠାରୁ ସେଠାରେ ସବୁଠାରୁ ପ୍ରସିଦ୍ଧ ହିନ୍ଦୁ ଐତିହାସିକ ତୀର୍ଥ ସ୍ଥଳି ବା ହିନ୍ଦୁ ମନ୍ଦିର କଟାସରାଜ ଧାମ ର ତୀର୍ଥ ଯ।ତ୍ରା ପାଇଁ ପାକିସ୍ତାନ ସରକାର ପ୍ରାୟ ୨୦୦ ହିନ୍ଦୁଙ୍କ ପାଇଁ ଭିଜା ଜାରି କରିଛନ୍ତି । ତେବେ ଏହି ତୀଥ ଯାତ୍ରାର ମୁଖ୍ୟ ସଂଯୋଜକ କେନ୍ଦ୍ରୀୟ ସନାତନ ଧର୍ମ ସଭା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବ ପ୍ରତାପ ବଜାଜ କହିଛନ୍ତି ଯେ ଡିସେମ୍ବର ୧୭ ରୁ ଆରମ୍ଭ ହୋଇଥିବା ଏହି ତୀର୍ଥ ଯାତ୍ରା ପାଇଁ ପାକିସ୍ତାନ ଉଚ୍ଚ ଆୟୋଗ ଦିଲ୍ଲୀ ଠାରୁ ଭିଜା ନେଇ ସାରିଛି । ତେଣୁ ଆପଣ ଯଦି ଚାହିଁବେ ବର୍ତ୍ତମାନ ପାକିସ୍ତାନ ଯାଇ ଏହି ତୀର୍ଥ ସ୍ଥାନ ଭ୍ରମଣ କରି ପାରିବେ । ବାଘା ବର୍ଡର ଠାରୁ ପାକିସ୍ତାନ ଯିବେ ଯାତ୍ରୀମାନେ ।

katasraj
Picture Credit – Down

ଯାତ୍ରୀମାନଙ୍କ ମଧ୍ୟରେ ହରିୟାଣା , ପଞ୍ଜାବ, ଦିଲ୍ଲୀ, ବିହାର,ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ,ଛତିସଗଡ,ରାଜସ୍ଥାନ, ମହାରାଷ୍ଟ୍ର,ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ,କର୍ଣ୍ଣାଟକ,ପଶ୍ଚିମ ବଙ୍ଗ ଆଦି ରାଜ୍ୟରୁ ଯାତ୍ରୀମାନେ ଏଥି ପାଇଁ ଯାଇ ସାରିଛନ୍ତି । ତେବେ ଡିସେମ୍ବର ଓ ଜାନୁୟାରୀ ମାସରେ ପାକିସ୍ତାନ ରେ ଥିବା କଟାସରାଜ ମନ୍ଦିରେ ଅନେକ ପ୍ରକାର ଯଜ୍ଞ ସବୁ କରାଯାଏ । ତେଣୁ ଏହି ମାସରେ ସେହି ମନ୍ଦିରରେ ହିନ୍ଦୁଙ୍କ ସହିତ ମସଲମାନଙ୍କର ମଧ୍ୟ ଭିଡ ଜମି ଥାଏ । ତେବେ ଏହି ଭିଜା ଯାତ୍ରା ବର୍ତ୍ତମାନ ଶେଷ ହୋଇ ସାରିଛି , କିନ୍ତୁ ଜାନୁୟାରୀ ମାସରେ ମଧ୍ୟ ଏହି ମନ୍ଦିରକୁ ଆପଣ ଯାଇପାରିବେ । ତେବେ ଏହି ବର୍ଷ ଯେଉଁମାନେ ଏହି ମନ୍ଦିରକୁ ଯାଇ ପାରିନାହାନ୍ତି ସେମାନେ ଆଗାମୀ ବର୍ଷ ପାଇଁ ପ୍ଲାନିଙ୍ଗ କରିପାରିବେ ବୋଲି ପାକିସ୍ତାନ ସରକାର କହିଛନ୍ତି । ସେଥିପାଇଁ ଯାତ୍ରୀମାନଙ୍କୁ ତାରିଖ ଜାଣିବାକୁ ପଡିବ । ତେଣୁ ପାକିସ୍ତାନ ଟୁରିଜିମ ୱେବସାଇଟ କୁ ଯାଇ ଦେଖିବା କରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.