ଜଙ୍ଗଲରେ ହେଲା ସର୍ଜିକାଲ ଷ୍ଟ୍ରାଇକ୍‌, ଚତୁରତାର ସହିତ ପାଣିରେ ପଶି କୁମ୍ଭୀର ଶିକାର କଲା ଜାଗୁଆର

ନିଜ ଏରିଆରେ ସମସ୍ତେ ନିଜର ପତିହାରା ଜାହିର କରନ୍ତି। ଯେପରିକି ଜଙ୍ଗଲର ରାଜା ସିଂହ ଆଉ ପାଣିର ରାଜା କୁମ୍ଭୀର। କିନ୍ତୁ ଏମାନଙ୍କୁ ସେମାନଙ୍କ ଘରେ ପଶି ଶିକାର କରିବାର ସାହସ କାହାର ନଥାଏ। ଏହି କାରଣରୁ ସିଂହ ହେଉ ଅବା ଚିତା କିମ୍ବା ଜାଗୁଆର ଭଳି ଶିକାରୀ କେବେ ବି କୁମ୍ଭୀରକୁ ଶିକାର କରିପାରନ୍ତି ନାହିଁ। କିନ୍ତୁ ଜଙ୍ଗଲରେ କେତେ ବେଳେ କ’ଣ ଘଟିବ ତାହା କହିବା ଅସମ୍ଭବ। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିବା ପରେ ହୁଏତ ଆପଣ ବୁଝିଯିବେ। ଏହି ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।

ଭାଇରଲ ହେଉଥିବା ଭିଡିଓରେ ଏକ ନଦୀ କୂଳରେ କୁମ୍ଭୀର ଶୋଇଥିଲା। କିନ୍ତୁ ଏହି ସମୟରେ ବାହାରେ ବୁଲୁଥିବା ଜାଗୁଆରର ନଜର କୁମ୍ଭୀର ଉପରେ ପଡିଥିଲା। ତେଣୁ ସେ ନିଜ ବୁଦ୍ଧି ଖଟାଇ ପାଣିରେ ପଶି କୁମ୍ଭୀରକୁ ପଛପଟୁ ଆକ୍ରମଣ କରିଥିଲା। ଜାଗୁଆର କୁମ୍ଭୀରକୁ ଆକ୍ରମଣ କରିବା ପରେ କୁମ୍ଭୀର ମଧ୍ୟ ନିଜର ସମସ୍ତ ବଳ ଖଟାଇ ଜାଗୁଆରକୁ ପାଣି ଭିତରକୁ ଭିଡି ନେଇଥିଲା। କିନ୍ତୁ ଜାଗୁଆର ତାକୁ ଛାଡିନଥିଲା ଆଉ ପାଣିରୁ ପାଟିରେ କାମୁଡି ଭିଡି ଆଣିନଥିଲା।

ପାଣିରୁ ବାହାରି ଆସିବା ପରେ ମଧ୍ୟ କୁମ୍ଭୀର ନିଜକୁ ଜାଗୁଆର ମୁହଁରୁ ଛଡାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଜାଗୁଆର ବହୁତ ଚାଲାକ୍‌ ଥିଲା, ତେଣୁ ତାକୁ ଭିଡି ଜଙ୍ଗଲ ମଧ୍ୟକୁ ଘୋଷାଡି ନେଇଥିଲା। ଏବେ ଏହି ଭିଡିଓକୁ ଦେଖିବା ପରେ ଆପଣ ନିଶ୍ଚିତ କହିପାରିବେ, ଜଙ୍ଗଲରେ କିଛି ବି ଅସମ୍ଭବ ନୁହେଁ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ@em4g1 ୟୁଜର୍ସ ସେୟାର କରିଛନ୍ତି। ଯାହାକୁ ହଜାରରୁ ଅଧିକ ଭ୍ୟୁ ଏବଂ ଲାଇକ୍ସ ମିଳିଛି। ଏହି ଭିଡିଓ ଦେଖି ହୁଏତ ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ସର୍ଜିକାଲ ଷ୍ଟ୍ରାଇକ ଭଳି ହୋଇଥିଲା।