Below header

ଯାଜପୁର ଜୟଚଣ୍ଡି ମନ୍ଦିର ହୁଣ୍ଡିରୁ ବାରମ୍ବାର ଚୋରି କରୁଛି ଏ ଚୋର, କାର୍ଯ୍ୟାନୁଷ୍ଠାନ ପାଇଁ ଏକାଠି ହେଲେ ୨ ପଞ୍ଚାୟତବାସୀ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଦଶରଥପୁର ବ୍ଳକ ତଥା ମଂଗଳପୁର ଥାନା କୟାଁ ପଂଚାୟତ ଦୁବକଣରେ ଅବସ୍ଥିତ  ପ୍ରସିଦ୍ଧ ଶକ୍ତିପୀଠ  ମା’ ଜୟଚଣ୍ଡି ମନ୍ଦିର ଏବଂ ସ୍ଥାନୀୟ ବିଭିନ୍ନ ଦୋକାନରୁ କିଛିଦିନ ହେବ ବାରମ୍ବାର ଚୋରି ହେଉଥିବାର ଅଭିଯୋଗ  ହୋଇଆସୁଥିଲା । ବିଶେଷକରି ମା’ ଜୟଚଣ୍ଡି ମନ୍ଦିରେ ସ୍ଥାପିତ  ହୁଣ୍ଡିକୁ କେହି ଦୁର୍ବୁତ୍ତ ଏକାଧିକାର ସାବଳରେ ଭାଙ୍ଗି ହୁଣ୍ଡିରେ ଥିବା ଭକ୍ତଙ୍କ ପ୍ରଦତ୍ତ ଟଙ୍କାଙ୍କୁ ନେଇଯାଉଥିବାର ଅଭିଯୋଗ ହେଉଥିଲା। କିନ୍ତୁ ଏହାକୁ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲା।

ଗତ କାଲି ରାତ୍ରିରେ  ମଲ୍ଲିପୁର ଛକରେ ଥିବା ଶଙ୍କର୍ଷଣ ବିଶ୍ୱାଳଙ୍କ ଷ୍ଟେସନାରୀ ଦୋକାନ ଭାଙ୍ଗି ଦୋକାନରୁ ବିଭିନ୍ନ ଜିନିଷ ଚୋରି କରିନେଇଥିଲା ଚୋର। ଏନେଇ ଅଭିଯୋଗ ପରେ ମଙ୍ଗଳପୁର ଥାନା ପକ୍ଷରୁ ଏସ୍‌ଆଇ ହରିଶ୍ ସିଂ ସଦଳବଳେ ଆଜି ମା’ ଜୟଚଣ୍ଡି ମନ୍ଦିରରେ ପହଞ୍ଚି  ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲେ । ସିସିଟିଭି କ୍ୟାମେରାରେ କମାରଢିହି ଗ୍ରାମର କୃର୍ଷ୍ଣ ଚନ୍ଦ୍ର ଯେନାଙ୍କ ୨୫ ବର୍ଷୀୟ ପୁଅ ଅଜୟ ଜେନା  ମନ୍ଦିର ହୁଣ୍ଡି ଭାଙ୍ଗୁଥିବା ଦୃଶ୍ୟ କଏଦ ହୋଇଥିବା ଦେଖିବାକୁ ମିଳିଥିଲା । ଅଜୟ ଦୀର୍ଘ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଚୋରି କରିଆସୁଥିବାବେଳେ ଚୋରି ଘଟଣାରେ ପୂର୍ବରୁ ଜେଲ ମଧ୍ୟ ଯାଇଥିଲା ।

ସିସିଟିଭିରେ ଅଜୟର ହୁଣ୍ଡି ଭଙ୍ଗା ଛବି ଥିବା ଜଣାପଡିବା ପରେ ମଙ୍ଗଳବାର ସଂଧ୍ୟାରେ କମାରଢିହି ଏବଂ କୟାଁ ପଂଚାୟତର ବହୁ ବାସିନ୍ଦା ଜୟଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇ ଚୋରି ଘଟଣାକୁ ନେଇ ପୁଲିସ୍ ପକ୍ଷରୁ ଦୃଢ଼ ପଦକ୍ଷେପ ପାଇଁ ଥାନାରେ ଅଭିଯୋଗ କରାଯାଇଛି। ଏହା ସହିତ ଅଜୟକୁ ତାର ପରିବାର ଲୋକେ ଚୋରି କାର୍ଯ୍ୟରେ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ କରି ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ  ପ୍ରିୟବ୍ରତ ବିଶ୍ୱାଳ,ବାସୁଦେବ ଦାସ, ଯଜାତୀ କେଶୋରୀ ବିଶ୍ୱାଳ, ଜୟପ୍ରକାଶ ନାୟକ,  ଶୁଶାନ୍ତ କୁମାର ମଲ୍ଲିକ, ମାନ ବାରିକ ପ୍ରମୁଖ ଦାବୀ କରିଛନ୍ତି । ଅପରପକ୍ଷେ ସିସିଟିଭିରେ ଧରାପଡିଥିବା ଅଜୟ କେଉଁଆଡେ ଫେରାର ହୋଇଯାଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.