ଆଜି ୩୨୩୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୮ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଉଛି କରୋନାରୁ ସୁସ୍ଥ ସଂଖ୍ୟା।  ଆଜି ୩୨୩୩ ଜଣ ଆକ୍ରାନ୍ତ କରୋନାରୁ  ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୮ ଜଣ  ସୁସ୍ଥ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୪୦ରେ  ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଯାଜପୁର ଜିଲ୍ଲାରୁ ୩୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୨୯୪, ପୁରୀରୁ ୨୧୫, ବାଲେଶ୍ୱରରୁ ୨୦୩, ଅନୁଗୁଳରୁ ୧୭୫, କେନ୍ଦ୍ରାପଡ଼ାରୁ ୧୪୭, ଜଗତସିଂହପୁରରୁ ୧୪୩, ଭଦ୍ରକରୁ ୧୩୩, ମୟୁରଭଞ୍ଜରୁ  ୧୨୮ ଓ ନୟାଗଡ଼ରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ୭୩, ମାଲକାନଗିରିରୁ ୭୦, କେନ୍ଦୁଝରରୁ ୬୭, କନ୍ଧମାଳ ୬୦, ରାୟଗଡ଼ା ୫୩, ଢେଙ୍କାନାଳ ୪୪, କଳାହାଣ୍ଡିରୁ ୩୯, ସମ୍ବଲପୁରରୁ ୩୮, ବଲାଙ୍ଗୀର ଏବଂ ବୌଦ୍ଧରୁ ୩୭ ଲେଖାଏଁ, ବରଗଡ଼, କୋରାପୁଟରୁ ୩୬ ଲେଖାଏଁ, ନବରଂଗପୁରରୁ ୨୯, ନୂଆପଡ଼ାରୁ ୧୮, ସୁବର୍ଣ୍ଣପୁରରୁ ୧୬, ଗଜପତିରୁ ୧୩, ଦେବଗଡ଼ ଏବଂ ଗଂଜାମରୁ ୧୦ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୫ ଓ ଷ୍ଟେଟପୁଲରୁ  ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ୍ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.