Below header

କଳାହାଣ୍ଡି: ନିର୍ବନ୍ଧ ସାରି ଫେରିବା ବେଳେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌,୧୦ରୁ ଅଧିକ ଗୁରୁତର ଆହତ

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି କେସିଙ୍ଗା ବ୍ଲକ୍‌ ପୁରୁଣାଗୁମା ନିକଟରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ଦୁର୍ଘଟଣାରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚାଞ୍ଚେର ଗ୍ରାମର ଲଖନା ମାଝିଙ୍କ ପୁଅର ନିର୍ବନ୍ଧ ପାଇଁ କର୍ଲାପାଟ ନିକଟ ଟିକ୍ରାପଡା ଗାଁକୁ ଦୁଇଟି ପିକଅପ ଭ୍ୟାନ୍‌ରେ ୫୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯାଇଥିଲେ ।

kalahandi

ଅପରାହ୍ନରେ ନିର୍ବନ୍ଧ ସାରି ଫେରିବା ସମୟରେ ପୁରୁଣାଗୁମା ନିକଟରେ ଭାରସାମ୍ୟ ହରାଇ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡିଥିଲା । ଗାଡ଼ିରେ ୨୦ରୁ ଅଧିକ ବସିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ କହିବା ଅନୁସାରେ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଲାଉଥିଲା । ଘଟଣା ପରଠୁ ଡ୍ରାଇଭର ଫେରାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.