Below header

ଯାଜପୁରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ କେଉଁ କେଉଁ ଡାକ୍ତରଖାନାରେ କରାଗଲା ଭର୍ତ୍ତି ଜାଣନ୍ତୁ

ଯାଜପୁର ଟାଉନ(କେନ୍ୟୁଜ) : ଯାଜପୁର ଜିଲ୍ଲାରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଜିଲ୍ଲାରେ ଆଜି ମୋଟ ୧୭ ଜଣ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୩୬ ରେ ପହଁଚିଛି । ଆଜି ସକାଳେ ଜିଲ୍ଲାର ଦଶରଥପୁର ବ୍ଲକର ଡାହାଣୀ ହତା ରୁ ଜଣେ ଓ ପୂର୍ବରୁ କଣ୍ଟେମମେଣ୍ଟ ଜୋନ ଥିବା କଟିକଟା ଅଞ୍ଚଳରୁ ୨ଜଣ ପିଜେଟିଭ ଚିହ୍ନଟ ହୋଇଥିଲେ ତେବେ ଅପରାହ୍ନରେ କଟିକଟା କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ ୧୪ ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ ଏହି ପିଜେଟିଭ ସଂଖ୍ୟା ବୃଦ୍ଧି ପାଇ ୩୬ ରେ ପହଁଚିଛି । ପୂର୍ବରୁ ଦଶରଥପୁର ବ୍ଲକର କଟିକଟା କଣ୍ଟେନମେଣ୍ଟ ଜୋନ ରହିଥିବା ବେଳେ ଏହାର ଅବଧିକୁ ବୃଦ୍ଧି କରାଯାଇଛି ।

 

ସେହିପରି ଗୋପାଳପୁର ଓ ଡାହାଣହତା ପଞ୍ଚାୟତର ୫ଟି ଗ୍ରାମକୁ କଣ୍ଟେମେଣ୍ଟ ଯୋନ ଭାବେ ଘୋଷଣା କରାଯାଇ ଗ୍ରାମର ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି । ଉଭୟ କଣ୍ଟେନମେଣ୍ଟ ଜୋନର ଅବଧି ଆସନ୍ତା ୧୩ ତାରିଖ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ରହିବ । ଏହି ସମୟରେ ଏହି ଅଞ୍ଚଳରୁ କେହି ବାହାରକୁ ଆସିବେ ନାହିଁ କିମ୍ବା ବାହାର ଲୋକ ଏହି ଗ୍ରାମକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ତେବେ ଜିଲ୍ଲାର ମୋଟ ୩୬ ଜଣ ପିଜେଟିଭଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଫେରିଥିବା ବେଳେ ୩୫ଟି ଆକ୍ଟିଭ କେଶ ରହିଛି ।

 

ଏମାନଙ୍କ ମଧ୍ୟରୁ ଦଶରଥପୁରରେ ସର୍ବାଧିକ ୨୬ ଜଣ ରହିଥିବା ବେଳେ ଯାଜପୁର ବ୍ଲକରେ ୮ ଜଣ ଓ କୋରେଇ ବ୍ଲକରେ ଜଣେ ପିଜେଟିଭ ରହିଛନ୍ତି । ପିଜେଟିଭମାନଙ୍କ ମଧ୍ୟରୁ ଜଣେ କଟକସ୍ଥିତ ଅଶ୍ବିନୀ ହସ୍ପିଟାଲରେ ଓ୨୧ଜଣ କଳିଙ୍ଗନଗର ସ୍ଥିତ ଟାଟା ମେଡିକା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ଅପରାହ୍ନରେ ଚିହ୍ନଟ ୧୪ ଜଣଙ୍କୁ ଭୁବନେଶ୍ବରସ୍ଥିତ ସମ ହସ୍ପିଟାଲକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.