ମୋତେ ଯେତେ ମାଠିବୁ ମଠ, ଲକଡାଉନ ବେଳେ ଚାଲିଥିଲା ଗୃହ ପ୍ରବେଶ ଭୋଜି, ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ମୋହନା ତହସିଲଦାର

ମୋହନା(କେନ୍ୟୁଜ):ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟସରକାର ନାନା ସତର୍କତା ମୂଳକ କାର୍ଯ୍ୟକ୍ରମ କରୁଛନ୍ତି l ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ୍ୟ ଦିନରାତି ଏକ କରିଦେଉଛନ୍ତି ଲୋକଙ୍କୁ ସଚେତନ କରିବା ପାଇଁ l କିନ୍ତୁ ଉପାନ୍ତ ଇଲାକା ଗଜପତି ଜ଼ିଲ୍ଲାରେ ଲୋକଙ୍କ ଉପରେ ସରକାରୀ ନିର୍ଦ୍ଦେଶନାମାର କୌଣସି ପ୍ରଭାବ ପଡୁନଥିବାର ଦେଖିବାକୁ ମିଳିଛି lଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ l

mohanaଆଜି ମୋହନା ନିକଟସ୍ଥ ଟୁମିସାହି ଗ୍ରାମରେ ଏକ ଗୃହପ୍ରବେଶ କାର୍ଯ୍ୟକ୍ରମର ଭୋଜି ଚାଲିଥିବା ବେଳେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଚଢ଼ାଉ କରି ସମସ୍ତ ସାମଗ୍ରୀ ଜବତ କରିଛନ୍ତି l ଏହା ସହ ଘର ମାଲିକ ପ୍ରଭାକର ମଳିକଙ୍କ ବିରୁଦ୍ଧରେ ଲକଡାଉନ ନିୟମ ଉଲଙ୍ଘନ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଘରମାଲିକଙ୍କୁ ଅଟକ ରଖିଥିବା ଜଣାପଡିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.