Below header

ଲୋୟର ପିଏମଜିରେ ଯାତ୍ରା କଳାକାରଙ୍କ ଅନଶନ: ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି, ପୂରଣ ନହେଲେ ୨୪ରୁ ଜିଲ୍ଲା ବ୍ୟାପୀ ଆନ୍ଦୋଳନ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ଦୀର୍ଘ ୧୧ମାସ ହେବ ବନ୍ଦ ରହିଛି ଯାତ୍ରା । ଅତି କମରେ ୨ ହଜାର ଦର୍ଶକ ଥାଇ ଯାତ୍ରା କରିବା ପାଇଁ ଅନୁମତି ଦେବା ପାଇଁ ଦାବି କରିଛନ୍ତି ଯାତ୍ରା କଳାକାର । ଏନେଇ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି ଯାତ୍ରା କଳାକାର । ଯାତ୍ରା ଖୋଲିବା ପାଇଁ ଅନୁମତି ମିଳୁନାହିଁ ।

ତେଣୁ କଳାକାର ବଞ୍ଚିବେ କେମିତି ବୋଲି କହିଛି ସଂଘ । ସାରା ରାଜ୍ୟରେ ୩ ଲକ୍ଷ ଯାତ୍ରା କଳାକାର ସଙ୍କଟରେ ଅଛନ୍ତି । ରାଜ୍ୟ ସରକାର ଦାବି ପୂରଣ ନକଲେ ୨୪ରୁ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରିବ ଯାତ୍ରା କଳାକାର ଓ କର୍ମଚାରୀ ସଂଘ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ଯାତ୍ରା ପାଇଁ ଅନୁମତି ମିଳୁଛି, ତେବେ ଓଡ଼ିଶାରେ ଯାତ୍ରା ପାଇଁ କାହିଁକି ଅନୁମତି ନାହିଁ ବୋଲି ପ୍ରଶ୍ନ କରିଛି ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.