ଖୋର୍ଦ୍ଧା ସଦର ଥାନା ପୋଲିସ୍‌ ହାତରେ ୪ କୁଖ୍ୟାତ ଡକାୟତ, ମାରଣାସ୍ତ୍ର ସହ ୪ଟି ବାଇକ୍‌ ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ପୋଲିସ୍‌ ହାତରେ ୪ କୁଖ୍ୟାତ ଡକାୟତ । ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିବା ୪ ଅପରାଧିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବୋମା, ଟଙ୍କା, ୪ଟି ବାଇକ୍‌ ଜବତ କରିଛି ପୋଲିସ୍‌ ।

ଧଉଳିମୁହଁ ଷ୍ଟେସନ୍‌ ନିକଟରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ସୁନି ପ୍ରଧାନ, ଶିବ ସୁନ୍ଦର ଦାସ, ଶୁଭେନ୍ଦୁ ସାମନ୍ତରାୟ ଓ ଆଦିତ୍ୟ ସାହୁ । ପୁର୍ବରୁ ଏମାନଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.