ମୋଟାପଣ କମାଇବାକୁ ଚାହୁଁଛନ୍ତି କିନ୍ତୁ କମୁନି, ଖାଆନ୍ତୁ ନାହିଁ ଏହିସବୁ ଜିନିଷ

ଆଜିକାଲି ମଣିଷ ନିଜର ଓଜନକୁ ନେଇ ବେଶ ଚିନ୍ତିତ ହୋଇପଡିଛି। ମୋଟାପଣ କମ୍ କରିବାକୁ ଅନେକ ପ୍ରକାର ଉପାୟ ଆପଣାଉଛି କିନ୍ତୁ ତାହା କାମ କରୁନାହିଁ। ଏମିତି ଲୋକ ନିଜର ଖାଇବା ପିଇବାକୁ ନେଇ ଟିକେ ସଜାଗ ରହିବା ଉଚିତ୍। ନିଜ ଖାଦ୍ୟରୁ ସେଇ ଜିନିଷ ଗୁଡ଼ିକୁ ଦୂରେଇ ଦେବା ଉଚିତ୍, ଯାହା ଶରୀରର ଓଜନ ବୃଦ୍ଧିରେ କାମ କରିଥାଏ । କାରଣ ଏଥିରେ ଥିବା ଫ୍ୟାଟ୍ ଓ କାର୍ବୋହାଇଡ୍ରେଟ୍ରୁ ଶରୀରକୁ ହଠାତ୍ ହାଇ କ୍ୟାଲୋରୀ ମିଳିଯାଏ । ଯାହାକୁ ବର୍ନ କରିବା ସହଜ ହୋଇନଥାଏ । ଆସନ୍ତୁ ଏବେ ଜାଣିବା ଓଜନ ହଟାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଖାଦ୍ୟର କେଉଁ ଜିନିଷକୁ ଦୂରେଇ ଦେବା ଉଚିତ୍ ।

ଆଳୁ : ଅଧିକାଂଶ ସବୁଜ ପରିବାରେ ଆଳୁ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ । କିନ୍ତୁ ଏହି ଖାଦ୍ୟରେ ମଣିଷର ଓଜନ ଦ୍ରୁତ ଗତିରେ ବୃଦ୍ଧି ଘଟିପାରେ । ଆଳୁରେ ବହୁତ ଅଧିକ କାର୍ବୋହାଇଡ୍ରେଟ୍ ମିଳିଥାଏ ।

potato

ଚାଉଳ : ଏଥିରେ କୌଣସି ସନ୍ଦେହ ନାହିଁ କି ଚାଉଳ ଫ୍ୟାଟର ଏକ ଉତ୍ତମ ଉତ୍ସ ଅଟେ । କିନ୍ତୁ ଗୋଟିଏ କପ୍ ଚାଉଳରେ କେବଳ ୨୦୦ କ୍ୟାଲୋରୀ ଥାଏ । କାର୍ବୋହାଇଡ୍ରେଟ୍ ମଧ୍ୟ ଥାଏ, ଯାହା ଆପଣଙ୍କର ଓଜନ ବୃଦ୍ଧି କରିଥାଏ ।

ଚର୍ବି ଯୁକ୍ତ ମାଂସ : ଚର୍ବି ଯୁକ୍ତ ମାଂସରେ ଅନେକ ପ୍ରକାରର ହାର୍ଟ ଡିଜିଜ୍ ହେବାର ସମ୍ଭାବନା ମଧ୍ୟ ବଢ଼ିଥାଏ । ଏହା ବ୍ୟତୀତ ଚର୍ବି ଥିବା ମାଂସ ମଧ୍ୟ ଶରୀରରେ ଫ୍ୟାଟ୍କୁ ବୃଦ୍ଧି କରିଥାଏ ।

କନ୍ଦମୂଳ : ୧୦୦ ଗ୍ରାମ କନ୍ଦମୂଳରେ ପାଖାପାଖି ୮୬ କ୍ୟାଲୋରୀର ଷ୍ଟାର୍କ ଓ କାର୍ବୋହାଇଡ୍ରେଟ୍ ଥାଏ ।

କଖାରୁ : ବହୁତ ଲୋକ ସୁସ୍ଥ ରହିବା ପାଇଁ ସାଲାଡରେ ସିଝା ହୋଇଥିବା କଖାରୁ ଖାଇବାକୁ ପସନ୍ଦ କରିଥାନ୍ତି । କଖାରୁରେ କ୍ୟାଲୋରୀ କମ୍ ଥାଏ , ହେଲେ ଷ୍ଟାର୍ଚ ଅଧିକ ହେବା କାରଣରୁ ଏହି ଓଜନ ବଢ଼ିଥାଏ ।

milk
photo credit: Health Trending

ଡାଏରୀ ପ୍ରଡକ୍ଟ : ଯଦି ଖୁବ୍ ଶୀଘ୍ର ଓଜନ କମ୍ କରିବାକୁ ଚାହୁଁଛନ୍ତି ତ ଫ୍ୟାଟ୍ ଫ୍ରି ଦୁଗ୍ଧ ବ୍ୟତୀତ ବଜାରେ ମିଳୁଥିବା ଡାଏରୀ ପ୍ରଡକ୍ଟ – ଦହି, ପନୀର, ଲହୁଣୀ, ଲସି ବା ଛେନାକୁ ନିଜର ଡାଇଟ୍ରୁ ଦୂରେଇ ରଖନ୍ତୁ ।

ବିନ୍ସ : ଘରେ ତିଆରି ହେଉଥିବା ବିନ୍ସର ପରିବା ଖୁବ୍ ଆନନ୍ଦରେ ଖିଆ ଯାଏ । ଆପଣ ଜାଣନ୍ତି ଏକ କପ୍ ବିନ୍ସରେ ପାଖାପାଖି ୨୨୭ କ୍ୟାଲୋରୀ ମିଳିଥାଏ । ଏଥିପାଇଁ ଓଜନ କମ୍ କରିବାକୁ ବିନ୍ସ ଠାରୁ ଦୂରେଇ ରହିବା ଉତ୍ତମ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.