ଜୟପୁର ଜୟନଗର ଡବଲ୍‌ ମର୍ଡର ଘଟଣା , ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ପୁଅକୁ ଗିରଫ କଲା ଜୟପୁର ପୋଲିସ

ଜୟପୁର(କେନ୍ୟୁଜ୍) : ଜୟପୁର ଜୟନଗର ଡବଲ୍‌ ମର୍ଡର ଘଟଣାରେ ଅଭିଯୁକ୍ତ ଗିରଫ। ନିଜ ବାପା-ମାଆଙ୍କୁ ହତ୍ୟା କରିଥିଲା ପୁଅ। ସମ୍ପତ୍ତି ପାଇଁ ମାରି ଦେଇଥିଲା। ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ହତ୍ୟାକାରୀ ପୁଅକୁ ଗିରଫ କରିଛି ଜୟପୁର ପୋଲିସ। ଅଭିଯୁକ୍ତର ନାଁ ଲତିଫ ରେହମାନ। ତା ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଡ୍ରିଲ୍‌ ମେସିନ୍‌, ଲୁହା ପାଇପ୍‌ ସମେତ ସୁନା ଅଳଙ୍କାର, ୫୦ ହଜାର ଟଙ୍କା ଆଦି ଜବତ କରାଯାଇଛି। ପୋଲିସ ନିକଟରେ ଦୋଷ ସ୍ୱୀକାର କରିଛି ଲତିଫ। ଏହି ଘଟଣାରେ ବୋହୂ ଓ କିଛି ସମ୍ପର୍କୀୟଙ୍କୁ ପଚରାଉଚରା ଜାରି ରହିଛି। ଗତକାଲି ମୁସଲମାନ କମିଟିର ପୂର୍ବତନ ସଭାପତି ଏମ୍‌କେ ରେହମାନ୍‌ ଓ ତାଙ୍କ ପତ୍ନୀ ହାଫିଜା ବିବିଙ୍କୁ ହତ୍ୟା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.