Below header

ଝାରସୁଗଡ଼ା ବିମାନବନ୍ଦରକୁ ନେଇ ଟଣାଓଟଣା

ଝାରସୁଗୁଡ଼ା(କେନ୍ଯୁଜ୍) : ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପଣ ଉତ୍ସବ ପୂର୍ବରୁ ଶ୍ରେୟ ପାଇଁ ଚାଲିଛି ରାଜନୀତି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଝାରସୁଗଡ଼ା ବିମାନବନ୍ଦର ଲୋକାର୍ପଣ ସଂପର୍କିତ ପୋଷ୍ଟରରେ କେବଳ ପ୍ରଧାନମନ୍ତ୍ରୀଙ୍କ ନାଁକୁ ରଖିଛି ।

jharsuguda1ସେପଟେ ବିଜେଡି ସୋସିଆଲ ମିଡିଆରେ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବାକୁ ଚଳାଇଛି କ୍ୟାମ୍ପେନ । ଦଳର ଦାବି ଝାରସୁଗୁଡ଼ା ବିମାନବନ୍ଦର ପାଇଁ ରାଜ୍ୟ ସରକାର ୧୧୮.୭୫ ଏକର ଜମି ଦେଇଛନ୍ତି । ମୋଟ ୨୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ସରକାର ଦେଇଛନ୍ତି ୭୫ କୋଟି ଟଙ୍କା ।

jharsuguda2ସେହିପରି ବିମାନବନ୍ଦର ସୁରକ୍ଷା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଣ୍ଟି ହାଇଜାକିଂ ସୁରକ୍ଷା ଦଳ ରାଜ୍ୟ ସରକାର ମାଗଣାରେ  ଯୋଗାଇ ଦେଇଥିବା ଉଲ୍ଲେଖ କରି ବିଜେଡି ଶ୍ରେୟ ପାଇଁ ଦାବି କରିଛି । ବିଜେପି କହିଛି ଏହି ପ୍ରକଳ୍ପ କେବଳ ସଫଳ ହୋଇପାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ । ତେଣୁ ସମସ୍ତ ଶ୍ରେୟ କେନ୍ଦ୍ରର । ତେବେ ଏହି ବିମାନ ବନ୍ଦର ପାଇଁ କଂଗ୍ରେସ ରାଜ୍ୟର ତିନି ପ୍ରମୁଖ ଦଳର ଭୂମିକା ରହିଥିବା କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.