ପୋଲ ଉପରେ ବନ୍ୟା ଜଳ ଦେଖୁଥିବା ବେଳେ ଖସି ପଡ଼ିଲେ ନାବାଳକ

ମୟୂରଭଞ୍ଜ(କେନ୍ଯୁଜ୍) : ପୋଲ ଉପରେ ଠିଆ ହୋଇ ନଦୀର ବନ୍ୟା ଜଳକୁ ଦେଖୁଥିବା ସମୟରେ ଅସାବଧାନତାରୁ ଖସି ପଡ଼ି ଭାସି ଯାଇଛନ୍ତି ଜଣେ ନାବାଳକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମହିଷାସୁରୀ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ନିଖୋଜ ନାବାଳକ ହେଲେ ମହିଷାସୁରୀ ଗାଁର ବାପୁନ ମାଝୀଙ୍କ ୧୨ ବର୍ଷର ପୁଅ । ପୋଲ ଉପରେ ଠିଆ ହୋଇ ବନ୍ୟା ଜଳ ଦେଖିବା ବେଳେ ନଦୀ ଭିତରେ ଖସି ପଡ଼ିଥିଲେ । ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.