Below header

ଯାଜପୁର ଲଳିତେଶ୍ୱର ନଗରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାନ କଲେ ଅନେକ ଯୁବକ

ଯାଜପୁର ଟାଉନ (କେନ୍ୟୁଜ) : ଯାଜପୁର ଲଳିତେଶ୍ୱର ନଗରରେ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣେଶ ଚନ୍ଦ୍ର ମହାକୁଡ଼ଙ୍କ ନେତୃତ୍ୱରେ ଏହି ଶିବିରକୁ ବରି ବିଧାୟିକା ସୁନନ୍ଦା ଦାସ ଉଦଘାଟନ କରିଥିଲେ । ଏହି ଅବସରରେ ସହକାରୀ ଜିଲ୍ଲାପାଳ କୁଳମଣି ନାୟକ, ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ପୂର୍ବତନ ପୌରପାଳ ଭଵ ପ୍ରସାଦ ଦାସ, ବିଜେଡି ବ୍ଳକ ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ରକ୍ତଦାନ ଶିବିରରେ ସୁଜନପୁର ପଂଚାୟତର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଜୁ ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇ ରକ୍ତ ଦେଇଥିଲେ । ଜିଲ୍ଲାରେ ବଢ଼ୁଥିବା ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଇଁ ଜୀବନ ବିନ୍ଦୁ ଓ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ମିଳିତ ଭାବେ ପ୍ରତ୍ୟେକ ରବିବାର ଏଭଳି ରକ୍ତଦାନ ଶିବିରର ଆୟୋଜନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.