Below header

ଭଦ୍ରକ: ଚାକିରି ଦେବା ନାଁରେ ମହା ଠକେଇ, ଜମି ଅଧିଗ୍ରହଣଠାରୁ ନିଯୁକ୍ତି ପର୍ଯ୍ୟନ୍ତ ବ୍ୟାପକ ଜାଲିଆତି

ଚାକିରି ଦେବା ନାଁରେ ମହାଠକେଇ । ଭଦ୍ରକ ବାସୁଦେବପୁର ପୌରପାଳିକା ସ୍ଥିତ ବଂଶୀପାଟଣା କଳ୍ପତରୁ ସାଂସ୍କୃତ ମହାବିଦ୍ୟାଳରେ ଜାଲିଆତିର ଚିତ୍ର ସାମ୍ନାକୁ ଆସିଛି । ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହେଇଛି । ଏହି ଜାଲିଆତି ଘଟଣାରେ ସିଧାସଳଖ କଲେଜ ପ୍ରିନ୍ସପାଲ ପ୍ରଶାନ୍ତ କୁମାର ପାଢୀ ଓ ପରିଚାଳନା କମିଟି ସଭାପତି ସରୋଜ କୁମାର ନାୟକ ସମ୍‌ୃକ୍ତି ଥିବା ଅଭିଯୋଗ ହୋଇଛି । ଏମାନେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୫୮ ଜଣ ପିଲାଙ୍କୁ ୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ କହି ୧ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣାପଡ଼ିଛି । ଏନେଇ ଅଭିଯୋଗକାରୀ ସ୍ଥାନୀୟ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଘଣ୍ଟ ଘୋଡ଼ାଉଛି । ସ୍ଥାନୀୟ ଥାନାରୁ କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଠାରେ ଫେରାଦ ହୋଇଛନ୍ତି । ସେପଟେ ଅଭିଯୋଗ ଆସିବାପରେ ଫେରାର ହୋଇଯାଇଛନ୍ତି କଲେଜ ପ୍ରିନ୍ସପାଲ ଓ ସଭାପତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.